ପାକିସ୍ତାନ ଉପରେ ବର୍ଷିଲେ ଅସଦୁଦ୍ଦିନ ଓୱେସୀ

166

ଆମେରିକା ରବିବାର ବୋମାମାଡ଼ କରି ଇରାନର ୩ଟି ପରମାଣୁ କେନ୍ଦ୍ରକୁ ଧ୍ୱଂସ କରିଦେବା ପରେ ପାକିସ୍ତାନକୁ ଉପହାସ କରିଛନ୍ତି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ।ସେ କହିଛନ୍ତି, ଆମେ ନିଶ୍ଚିତ ଭାବେ ପାକିସ୍ତାନୀମାନଙ୍କୁ ପଚାରିବା କଥା ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି କୃତିତ୍ୱ ପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯାଉ ବୋଲି ସେମାନେ ଚାହୁଁଛନ୍ତି ନା ନାହିଁ? ଏଥିପାଇଁ କ’ଣ ସେମାନଙ୍କ ଜେନେରାଲ (ପାକିସ୍ତାନ ଫିଲ୍ଡ ମାର୍ଶଲ ଆସିମ ମୁନିର) ଟ୍ରମ୍ପଙ୍କ ସହିତ ଭୋଜନ କରିଥିଲେ?ଓୱେସୀ କହିଛନ୍ତି ଯେ ଇରାନ ପାଖରେ ପରମାଣୁ ଅସ୍ତ୍ର ଥିବାକୁ ନେଇ ଏକ ଝଡ଼ ସୃଷ୍ଟି ହୋଇଛି। ଇରାକକୁ ନେଇ ସେହି କଥା ହୋଇଥିଲା। କିନ୍ତୁ କିଛି ବାହାରିଲା ନାହିଁ। ଲିବ୍ୟାକୁ ନେଇ ବି ସମାନ କଥା ହୋଇଥିଲା। କିନ୍ତୁ କିଛି ବାହାରିଲା ନାହିଁ।ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ମିଳିବା କଥା ବୋଲି ଗତକାଲି ଓକିଲାତି କରିଥିଲା ପାକିସ୍ତାନ। ଏନେଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ଗୋଟିଏ ବିବୃତି ଜାରି କରାଯାଇଥିଲା। ଏଥିରେ ଟ୍ରମ୍ପଙ୍କୁ ବିଶ୍ୱଗୁରୁ କହି ଭୂୟସୀ ପ୍ରଶଂସା କରାଯାଇଥିଲା।

ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନରେ ଟ୍ରମ୍ପ ଉଭୟ କୂଟନୀତିକ ଓ ବ୍ୟକ୍ତିଗତ ନେତୃତ୍ୱର ପରିଚୟ ଦେଇଥିଲେ। ବିବାଦର ସମାଧାନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପାକିସ୍ତାନ ଦାବି କରି ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା ସପକ୍ଷରେ ଯୁକ୍ତି ରଖିଥିଲା।

Comments are closed, but trackbacks and pingbacks are open.