ବର୍ଷାରେ ତିନ୍ତିବ ସାରା ରାଜ୍ୟ

252

ଭୁବନେଶ୍ୱର: ଏଥର ଗରମରୁ ମିଳିବ ତ୍ରାହି। ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ। ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଘୁଚାପ ଧିରେ ଧିରେ ଉତ୍ତରମୁହାଁ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷେ ଲଘୁଚାପକୁ ଦୃଷ୍ଟିରେ ରଖି SRC ସବୁ ଜିଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ କହିଛନ୍ତି। ବର୍ଷା ପାଇଁ ସମସ୍ତ ଜିଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ଚିଠିରେ କୁହାଯାଇଛି। ଏପରିକି ମତ୍ସ୍ୟଜୀବୀଙ୍କୁ ସୁମଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ମତ୍ସ୍ୟଜୀବୀଙ୍କ ପାଇଁ ନିୟମ କଡ଼ାକଡ଼ି କରିବାକୁ SRC ଚିଠିରେ କୁହାଯାଇଛି। ଅନ୍ୟପକ୍ଷେ ଲଘୁଚାପ ବର୍ଷା ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ। ସୂଚନାନୁସାରେ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ବର୍ଷା ଲାଗି ରହିବ। 

Comments are closed, but trackbacks and pingbacks are open.