ଜାଭେଲିନ ଥ୍ରୋରେ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା । ଦୋହା ଡାଇମଣ୍ଡ ଲିଗରେ ରୌପ୍ୟ ପଦକ ଜିତି ନିଜ ନାମରେ ଆଉ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ନୀରଜ ଚୋପ୍ରା । ଦୋହା ଡାଇମଣ୍ଡ ଲିଗରେ ୯୦ ଦଶମିକ ୨୩ ମିଟର ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ତୃତୀୟ ଏସୀୟ ଖେଳାଳି ହୋଇଛନ୍ତି ନୀରଜ ଚୋପ୍ରା ।
ଆଇଏଏନଏସ ରିପୋର୍ଟ ଅନୁସାରେ, ନୀରଜ ତାଙ୍କର ତୃତୀୟ ପ୍ରୟାସରେ ୯୦ ଦଶମିକ ୨୩ ମିଟର ଜାଭେଲିନ୍ ଥ୍ରୋ କରିଥିଲେ । ନୀରଜ ଏହି ସଫଳତା ହାସଲ କରିବାରେ ବିଶ୍ୱର ୨୫ତମ ଖେଳାଳି ହୋଇଥିବା ବେଳେ ତୃତୀୟ ଏସୀୟ ଖେଳାଳି ହୋଇଛନ୍ତି । ନୀରଜ ଚୋପ୍ରା ତାଙ୍କ କ୍ୟାରିୟରର ସର୍ବୋତ୍ତମ ସ୍କୋର କରିଛନ୍ତି । ତଥାପି ଏହି ଭାରତୀୟ ଖେଳାଳି ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି । ଜର୍ମାନୀର ଜୁଲିଆନ୍ ୱେବର ୯୧.୦୬ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ଏହି ଲିଗ୍ର ଶ୍ରେଷ୍ଠ ସ୍କୋର କରିଥିଲେ।
Comments are closed, but trackbacks and pingbacks are open.