ଅପମାନଜନକ ମନ୍ତବ୍ୟକୁ ନେଇ ମନ୍ତ୍ରୀଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

109

ନୂଆଦିଲ୍ଲୀ: କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ଉପରେ ଅପମାନଜନ ମନ୍ତବ୍ୟ ପାଇଁ ମନ୍ତ୍ରୀ ବିଜୟ ଶାହଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ତାଗିଦ କରିବା ସହ ସୋଫିଆ କର୍ଣ୍ଣେଲଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମଧ୍ୟପ୍ରଦେଶ ହାଇକୋର୍ଟର ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଆବେଦନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।ସିଜେଆଇ ବିଆର ଗଭାଇ ବିଜୟ ଶାହଙ୍କୁ ପଚାରିଥିଲେ ଯେ ଆପଣ କି ପ୍ରକାରର ବୟାନ ଦେଉଛନ୍ତି? ଆପଣ ଜଣେ ମନ୍ତ୍ରୀ। ଜଣେ ମନ୍ତ୍ରୀ ହୋଇ, ଆପଣ କି ପ୍ରକାରର ଭାଷା ବ୍ୟବହାର କରୁଛନ୍ତି? ଏହା କ’ଣ ଜଣେ ମନ୍ତ୍ରୀଙ୍କୁ ଶୋଭା ଦିଏ? କୋର୍ଟ କହିଛନ୍ତି ଯେ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କଠାରୁ ଏପରି ବୟାନ ଆଶା କରାଯାଏ ନାହିଁ। ଯେତେବେଳେ ଦେଶ ଏପରି ପରିସ୍ଥିତି ଦେଇ ଗତି କରୁଛି, ସେତେବେଳେ ଜଣେ ଦାୟିତ୍ୱବାନ ପଦବୀରେ ଥିବା ବ୍ୟକ୍ତିଙ୍କଠାରୁ ଏପରି ବୟାନ ଆଶା କରାଯାଇ ପାରିବ ନାହିଁ।

ଏହା ଉପରେ ଓକିଲ କହିଛନ୍ତି ଯେ ତାଙ୍କ ମହକିଲ କ୍ଷମା ମାଗିଛନ୍ତି। ଗଣମାଧ୍ୟମ ତାଙ୍କ ବକ୍ତବ୍ୟକୁ ବିକୃତ କରିଛି। ଗଣମାଧ୍ୟମ ଏହାକୁ ଅତ୍ୟଧିକ ପ୍ରଚାର କଲା। କୋର୍ଟ ବିଜୟ ଶାହଙ୍କ ବିରୋଧରେ ଏଫଆଇଆର ଉପରେ ସ୍ଥଗିତାଦେଶ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି।

Comments are closed, but trackbacks and pingbacks are open.