ଘାଟିକିଆ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ବସ ଧକ୍କାରେ ସ୍କୁଟି ଚାଳକ ମୃତ

17

ଭୁବନେଶ୍ବର: ଭୁବନେଶ୍ବର ଘାଟିକିଆ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ସ୍କୁଟି ଚାଳକଙ୍କ ଉପରେ ମାଡିଗଲା ଘରୋଇ ବିଶ୍ୱବିଦ୍ୟାଳୟର ବସ । ଘଟଣାସ୍ଥଳରେ ରାସ୍ତାରୋକ ସହ ଉତ୍ତେଜନା ଦେଖାଦେଇଛି । ମୃତକ ହେଲେ ପାଇକରାପୁର ଅଞ୍ଚଳର ସୌମ୍ୟ ରଞ୍ଜନ ସାହୁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ସୌମ୍ୟରଂଜନ ଦୋକାନକୁ ଯିବା ସମୟରେ ପଛପଟୁ ଧକ୍କା ଦେଇଥିଲା କଲେଜ ବସ । ଦୁର୍ଘଟଣା ପରେ ବସ୍ ସହ ଚମ୍ପଟ ମାରିଥିଲା ବସ ଡ୍ରାଇଭର । ଯୁବକଙ୍କ ମୃତ୍ୟୁ ଖବର ପାଇବା ପରେ ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ଏବଂ ଉତ୍ତେଜନା ପ୍ରକାଶ ପାଇଥିଲା । ବେପରୁଆ ଗାଡ଼ି ଚାଳନା ଏବଂ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଫଳରେବହୁ ସମୟ ଧରି ଯାନବାହନ ଅଟକି ରହିଥିଲା। ଦୁର୍ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଥିବାବେଳେବ୍ୟାପକ ପୋଲିସ ଫୋର୍ସ ସହ ସ୍ଥାନୀୟ କର୍ପୋରେଟର ମଞ୍ଜୁଲତା କହଁର ଉପସ୍ଥିତ ଅଛନ୍ତି । ଘଟଣାସ୍ଥଳରେ ୪ ପ୍ଲାଟୁନ ପୋଲିସ ମୁତୟନ ଅଛନ୍ତି।

Comments are closed, but trackbacks and pingbacks are open.