ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ, ଦିଲ୍ଲୀ ଏମସରେ ଶେଷ ନିଶ୍ବାସ ତ୍ୟାଗ

23

ଭୁବନେଶ୍ୱର : ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ ।  ଦିଲ୍ଲୀରେ ୮୩ ବର୍ଷ ବୟସରେ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଛି ।  ଦିଲ୍ଲୀ ଏମସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଦେବେନ୍ଦ୍ର ପ୍ରଧାନ ।  ଦେବେନ୍ଦ୍ର ପ୍ରଧାନ ଦୁଇ ଥରର ସାଂସଦ । ୧୯୯୮ ଓ ୧୯୯୯ରେ ଦେବଗଡ଼ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଦ୍ବିତୀୟ ଥର ସାଂସଦ ଥିବା ସମୟରେ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିଲେ  ।  ସେ ସଡ଼କ ପରିବହନ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ।  ଓଡ଼ିଶା ବିଜେପିର ପ୍ରମୁଖ ଚେହେରା ଥିଲେ ।  ସେ ୧୯୮୮ରୁ ୧୯୯୦, ୧୯୯୦ରୁ ୧୯୯୩ ଓ ୧୯୯୫ରୁ ୧୯୯୭ ରାଜ୍ୟ ବିଜେପିର ସଭାପତି ଥିଲେ । ଏହାସହ ୨୦୦୧ରୁ ୨୦୦୨ ମଧ୍ୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ବରେ ମଧ୍ୟ ରହିଥିଲେ ।  ଜୁଲାଇ ୧୬ ୧୯୪୧ରେ ଅନୁଗୁଳ ନାଲମ ଠାରେ ଜନ୍ମ ଗ୍ରହଣ କରିଥିଲେ ଦେବେନ୍ଦ୍ର ।

Comments are closed, but trackbacks and pingbacks are open.