ପ୍ରୟାଗରାଜରେ ମହାକୁମ୍ଭରେ ପୁଣି ଅଗ୍ନିକାଣ୍ଡ, ସେକ୍ଟର-୧୮ ଟେଣ୍ଟରେ ନିଆଁ

15

ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭରେ ପୁଣି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ସେକ୍ଟର-୧୮ ଟେଣ୍ଟରେ ଶଙ୍କରାଚାର୍ଯ୍ୟ ମାର୍ଗରେ ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚିଛି । ନିଆଁକୁ ଆୟତ୍ତ କରିବାରେ ଲାଗିଛି ଅଗ୍ନିଶମ ଟିମ୍ । ତେବେ ନିଆଁ କେମିତି ଲାଗିଛି, ତାହା ଏଯାଏଁ ଜଣାପଡିନାହିଁ । ସୂଚନାଯୋଗ୍ୟ, ମହାକୁମ୍ଭର ସେକ୍ଟର-୨୨ରେ ଭୟଙ୍କର ନିଆଁ ଲାଗି ଅନେକ ଟେଣ୍ଟ ଜଳିଯାଇଥିଲା । ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଅଗ୍ନିକାଣ୍ଡରେ ୧୫ଟି ଟେଣ୍ଟ୍ ଜଳି ପାଉଁଶ ହୋଇଯାଇଥିଲା । ଏହିପରି କିଛିଦିନ ତଳେ ମେଳା ଅଞ୍ଚଳର ସେକ୍ଟର-୫ସ୍ଥିତ କ୍ୟାମ୍ପରେ ଅଗ୍ନିକାଣ୍ଡ ଘଟିଥିଲା । ୬ ଦମକଳ ଗାଡ଼ି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲା । ଟେଣ୍ଟରେ ରଖା ହୋଇଥିବା ସିଲିଣ୍ଡରରେ ବିସ୍ଫୋରଣ ହେବା ପରେ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ୨୦ରୁ ୨୫ଟି ଟେଣ୍ଟ ଜଳି ପାଉଁଶ ହୋଇଯାଇଥିଲା ।

Comments are closed, but trackbacks and pingbacks are open.