କୁହୁଡ଼ି ପରେ ବଢ଼ିଚାଲିଛି ତାତି

64

ଭୁବନେଶ୍ଵର: ରାଜ୍ୟର ତାତି  ଫେବ୍ରୁଆରି ମାସରୁ ବଢ଼ିବାରେ ଲାଗିଛି। ସକାଳେ ଘଣ୍ଟାଏ ଦିଘଣ୍ଟା ପାଇଁ ଘନ କୁହୁଡ଼ି ପରେ ତାତି ବୃଦ୍ଧି ପାଉଛି। ରାଜ୍ୟର ୧୦ ସହରରେ ତାତି ୩୫ ଡିଗ୍ରି ସେଲସିୟସ୍‌ ଟପିଛି । ଆସନ୍ତା ୪ରୁ ୫ ଦିନ ପର୍ୟ୍ୟନ୍ତ  ଦିନର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ  ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଫେବ୍ରୁଆରି ୭ ତାରିଖରେ  କଟକ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼ ଓ ଗଞ୍ଜାମରେ ଘନ କୁହୁଡ଼ି ଦେଖାଯିବ ବୋଲି ପୂର୍ବାନୁମାନ କରାଯାଇଛି । ବୁଧବାର ମାଲକାନଗିରି  ଓ ବଲାଙ୍ଗୀରରେ ସର୍ବାଧିକ ତାତି ୩୬ ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଛି । ସମ୍ବଲପୁର,  ହୀରାକୁଦ ଓ ଝାରସୁଗୁଡ଼ାରେ ୩୫.୯, ଭବାନୀପାଟଣା ଓ ସୁନ୍ଦରଗଡ଼ରେ  ୩୫.୫, ସୋନପୁରରେ ୩୫.୨, ଅନୁଗୁଳରେ ୩୫.୧ ଓ ପାରଳାଖେମୁଣ୍ଡିରେ  ୩୫ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ଭୁବନେଶ୍ୱର, ତାଳଚେର ଓ ବୌଦ୍ଧରେ ୩୩.୮,  କୋରାପୁଟରେ ୩୩.୨, ଫୁଲବାଣୀରେ ୩୨.୯, ଯାଜପୁରରେ ୩୨.୮, ବାରିପଦାରେ  ୩୨.୬, ଛତ୍ରପୁରରେ ୩୨.୭, କେନ୍ଦୁଝରରେ ୩୨.୩, କଟକ ଓ ପୁରୀରେ ୩୧.୮,  ଦାରିଙ୍ଗିବାଡ଼ିରେ ୩୧.୫ଡିଗ୍ରୀ ରେକର୍ଡ ହୋଇଛି।

Comments are closed, but trackbacks and pingbacks are open.