ଉକ୍ରର୍ଷ ଓଡ଼ିଶା କନ୍କ୍ଲେଭ୍: ସୋଆ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ

27

ଭୁବନେଶ୍ୱର, ଜାନୁଆରୀ ୨୮: ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡ଼ିଶା କନ୍କ୍ଳେଭ-୨୦୨୫କୁ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିବା ବେଳେ ଏହି ଅବସରରେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ ।
ଜନତା ମଇଦାନ ଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ସୋଆ ଛାତ୍ରଛାତ୍ରୀମାନେ ଏୟାରପୋର୍ଟଠାରୁ ଆରମ୍ଭ କରି ଜନତା ମଇଦାନ ପର୍ଯ୍ୟନ୍ତ ଏକତ୍ରିତ ହୋଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।


ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହିତ ଓଡିଶାରେ ଶିଳ୍ପ କ୍ଷେତ୍ରରେ ଉନ୍ନତି ଘଟିଲେ ନିଯୁକ୍ତି ସୁଯୋଗ ଅଧିକ ସୃଷ୍ଟି ହେବ ବୋଲି ଗଣମାଧ୍ୟମ ସମ୍ମୁଖରେ ଛାତ୍ରଛାତ୍ରୀମାନେ କହିଛନ୍ତି ।
ଓଡ଼ିଶାରେ ଇନୋଭେସନ୍ ଏବଂ ଟେକ୍ନୋଲୋଜିକୁ ନେଇ ଅନେକ କିଛି ଆମକୁ ଶିଖିବାକୁ ମିଳିବା ସହ ନୂଆ ନୁଆ ଷ୍ଟାର୍ଟଅପ୍ ମଧ୍ୟ ଏହି କନ୍କ୍ଲେଭ ଯୋଗୁଁ ଆଗକୁ ଆସିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି ।


ଉକ୍ରର୍ଷ ଓଡ଼ିଶା କନ୍କ୍ଲେଭ୍ରେ ସୋଆ ଏବଂ ସମ୍ ଲାଇଫ୍ ସାଇନ୍ସେସ୍ର ଷ୍ଟଲ୍ ମଧ୍ୟ ପ୍ରସ୍ତୁତ କରାଯାଇଛି ।

Comments are closed, but trackbacks and pingbacks are open.