ଜୟଦେବ ଅଞ୍ଚଳର ଭାଗ୍ୟ ବଦଳାଇବ ‘କଲରଟୋନ’

117

୨୫୦ କୋଟିର ଗାରମେଣ୍ଟ କମ୍ପାନୀର ଶିଳାନ୍ୟାସ କଲେ ସାଂସଦ ଅପରାଜିତା

ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଜୟଦେବ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଜଗନ୍ନାଥପୁର ଠାରେ ମହିଳା ସଶକ୍ତି କରଣ ଏବଂ ସ୍ବରୋଜଗାର ନିମନ୍ତେ ଏକ ବଡ଼ ଗାରମେଣ୍ଟ କମ୍ପାନୀର ଭିତ୍ତି ପ୍ରସ୍ତର ହୋଇଯାଇଛି । ଭୁବନେଶ୍ବର ଲୋକସଭା କ୍ଷେତ୍ରର ମାନନୀୟା ସାଂସଦ ଶ୍ରୀମତି ଅପରାଜିତା ଷଡ଼ଙ୍ଗୀଙ୍କ କର କମଳରେ କଲରଟୋନ୍ ନାମକ ମେଗା ଗାରମେଣ୍ଟ କମ୍ପାନୀର ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଯାଇଛି । ଭୁବନେଶ୍ବର ଲୋକସଭା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଜଗନ୍ନାଥପୁର ଅଂଚଳରେ ଏହି ଅବସରରେ ଏକ ଭବ୍ୟ ଶିଳାନ୍ୟାସ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଆୟୋଜିତ ଉତ୍ସବରରେ ଭୁବନେଶ୍ବର ସାଂସଦ ମାନନୀୟା ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ବାରା , ଖୋର୍ଦ୍ଧା ଏବଂ ଜୟଦେବ ବିଧାୟକଙ୍କ ଉପସ୍ଥିତିରେ ମେଗା ଗାରମେଣ୍ଟ କମ୍ପାନୀର ଶିଳାନ୍ୟାସ ହୋଇଯାଇଛି ।
ଏହି ଅସବରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନିଜ ଅଭିଭାଷଣରେ ସାଂସଦ ଅପରାଜିତା କହିଛନ୍ତି, ଜୟଦେବ ବିଧାନସଭା ମଣ୍ଡଳୀର ଆଖପାଖ ଲୋକ ଏହାଦ୍ବାରା ଉପକୃତ ହେବେ । ବିଶେଷ କରି ଏହି ଗାରମେଣ୍ଟ କମ୍ପାନୀ ବଡ଼ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ୨୫୦ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ଗାରମେଣ୍ଟ କମ୍ପାନୀ ସ୍ଥାପନ ହେବ । କଲରଟୋନ୍ ନାମକ ଗାରମେଣ୍ଟ କମ୍ପାନୀ, ସ୍ଥାନୀୟ ଅଂଚଳର ଆର୍ଥିକ ବିକାଶରେ ସହାୟକ ହେବ ବୋଲି କହିଛନ୍ତି ମାଡାମ୍ ଅପରାଜିତା । ଏହିକମ୍ପାନୀ ଦ୍ବାରା ବିଶେଷ ଭାବରେ ୫ ହଜାର ମହିଳାଙ୍କ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିବ । ଜଗନ୍ନାଥପୁର ଅଂଚଳର ମହିଳାଙ୍କୁ କାହାକୁ ହାତ ପତାଇବାକୁ ପଡିବ ନାହିଁ, ଏହି ଗାରମେଣ୍ଟ କମ୍ପାନୀ ଦ୍ବାରା ନିଯୁକ୍ତି ସୁଯୋଗ ପାଇ ମାସିକ ୧୦ରୁ ୧୨ ହଜାର ଟଙ୍କା ରୋଜଗାର କରିପାରିବେ ମହିଳାମାନେ ବୋଲି ନିଜର ସମ୍ବୋଧନରେ କହିଛନ୍ତି ଭୁବନେଶ୍ବର ସାଂସଦ । କଲରଟୋନ୍ ପରି ଏକ ଗାରମେଣ୍ଟ କମ୍ପାନୀ ଜଗନ୍ନାଥପୁର ଅଂଚଳରେ ସ୍ଥାପନ ହେବାକୁ ଯାଉଥିବା ନେଇ ସ୍ଥାନୀୟ ଅଂଚଳରେ ଲୋକେ ଖୁସି ପ୍ରକାଶ କରିଛନ୍ତି ।

କଲରଟୋନ୍ ମେଗା ଗାରମେଣ୍ଟ କମ୍ପାନୀ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହିତ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ସିଂ ରାଣା, କଲରଟୋନ୍ ଗାରମେଣ୍ଟ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମନୀଷ ପାଠୀ, କମ୍ପାନୀ ଜିଏମ, ଏଚଆର ପ୍ରଦୀପ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ଜୟଦେବ ନିର୍ବାଚନମଣ୍ଡଳୀରେ ଏହି ମେଗା ଗାରମେଣ୍ଟ କମ୍ପାନୀ ସମସ୍ତଙ୍କ ମୁହଁରେ ହସ ଫୁଟାଇ, ମହିଳାଙ୍କୁ ବିଶେଷ ଭାବରେ ରୋଜଗାରକ୍ଷମ କରିବ ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ । ଏହି ମେଗା ଗାରମେଣ୍ଟ କମ୍ପାନୀ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରିବ ବୋଲି ଶିଳାନ୍ୟାସ ଉତ୍ସବ ଅବସରରେ ଘୋଷଣା କରିଛନ୍ତି ଭୁବନେଶ୍ବରର ମାନନୀୟା ସାଂସଦ ଅପରାଜିତା ଷଡ଼ଙ୍ଗୀ । ନିର୍ବାଚନରେ ବିଜୟୀ କରାଇଥିବାରୁ ଏହା ଜୟଦେବ ଅଂଚଳର ଲୋକଙ୍କୁ ଏକ ଉପହାର ବୋଲି ସମ୍ବୋଧନରେ କହିଛନ୍ତି ଭୁବନେଶ୍ବର ସାଂସଦ ।

Comments are closed, but trackbacks and pingbacks are open.