୪୦୦ ଯବାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ଆଇନ୍‌ ମନ୍ତ୍ରୀ

44

ଭୁବନେଶ୍ୱର: ସିଆର୍‌ପିଏଫ୍‌ ଓଡିଶା ସେକ୍ଟର ପାଇଁ ୪୦୦ ଜଣ  ଯବାନଙ୍କୁ ଚୟନ କରାଯାଇଛି । ସୋମବାର ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସେମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ । ସୋମବାର ଆଚାର୍ୟ୍ୟବିହାରସ୍ଥିତ କାଉନ୍‌ସିଲ୍‌  ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ (ସିଏସ୍‌ଆଇଆର୍‌) ଅଡିଟୋରିୟମରେ  ସିଆର୍‌ପିଏଫ୍‌ର ‘ରୋଜଗାର ମେଳା’ ଆୟୋଜିତ ହେବ । ଏହି ମେଳାରେ  ନୂଆ କରି ଯୋଗ ଦେବାକୁ ଥିବା ଯବାନମାନଙ୍କୁ ନିଯୁକ୍ତିପତ୍ର ଦିଆଯିବ । ଆଇଜି  ଅମିତେନ୍ଦ୍ର ନାଥ ସିହ୍ନା, ଡିଆଇଜି ଭରତ ଭୂଷଣ ସେଠୀ ଓ ପୁଖରାଜ ଜୟପାଲଙ୍କ  ସମେତ ଡେପୁଟି କମାଣ୍ଡାଣ୍ଟ ନଗେଶ କୁମାର ମେଳାରେ ଉପସ୍ଥିତ ରହିବେ ।

Comments are closed, but trackbacks and pingbacks are open.