ଭୁବନେଶ୍ୱର: ଓଡ଼ିଶାର ଆଉ ୩ଟି ସ୍ଥାନରେ ଡପଲର ରାଡାର ଲାଗିବ । ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୋମବାର ସୂଚନା ଦେଇଛନ୍ତି । ସେ କହିଛନ୍ତି ପାରାଦୀପ ଓ ଗୋପାଳପୁରରେ ଡପଲର ରାଡାର ରହିଛି । ଖୁବଶୀଘ୍ର ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱରରେ ଲାଗିବ । ଭୁବନେଶ୍ୱର ଓ କଟକରେ ସହରୀ ବନ୍ୟା ହେଉଥିବାରୁ ଭୁବନେଶ୍ୱରରେ ଡପଲର ରାଡାର ଲାଗିବ । ଏହା ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ଆକଳନ ଆହୁରି ସଠିକ ହେବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି ବାଲେଶ୍ୱରରେ ବଜ୍ରପାତ ଗବେଷଣା କେନ୍ଦ୍ର ପାଇଁ କାର୍ଯ୍ୟ ଚାଲିଛି । ଦୁଇ ତିନି ବର୍ଷ ଭିତରେ ବଜ୍ରପାତ ଗବେଷଣା କେନ୍ଦ୍ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.