ଭୁବନେଶ୍ବର : ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ । ହରଭଙ୍ଗା ଥାନା ମହାଲିକପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବିବାହିତ ବଡ ଭଉଣୀ ଘରକୁ ସାନଭଉଣୀ ବୁଲିବାକୁ ଯାଇଥିବାବେଳେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ମନୋମାଳିନ୍ୟ ହୋଇଥିଲା । ଘରେ କେହି ନଥିବା ସମୟରେ ଉଭୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବଡ ଭଉଣୀର ମୃତ୍ୟୁ ହୋଇଥିବାବେଳେ ସାନ ଭଉଣୀ ଗୁରୁତର ହୋଇ ବୌଦ୍ଧ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୁଲିସ ପରିବାରଲୋକଙ୍କୁ ପଚରାଉଚରା କରୁଛି ।
Comments are closed, but trackbacks and pingbacks are open.