ତୁରନ୍ତ ମରାମତି ହେବ ମେଘନାଦ ପାଚେରୀ ଫାଟ – ଆଇନମନ୍ତ୍ରୀ

67

ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ : ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ । ତୁରନ୍ତ ମରାମତି ହେବ ମେଘନାଦ ପାଚେରୀ । ଯାହା ଅସୁବିଧା ହୋଇଛି ତାର ତୁରନ୍ତ ମରାମତି କରାଯିବ। ଯେମିତି କୌଣସି ସମସ୍ୟା ହେବ ନାହିଁ । ଏନେଇ ASIର ଟେକ୍ନିକାଲ ଟିମ୍ ଅଛନ୍ତି , ମୁଁ କୌଣସି ରାଜନୈତିକ ଟିପ୍ପଣୀ ଦେବାକୁ ଚାହୁଁନି ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।

ଏହା ସହ କହିଛନ୍ତି, ଅତୀତରେ କିଛି ଭୁଲ କାରଣରୁ ଭବିଷ୍ୟତରେ କିଛି ଭୁଲ ହୁଏ । ଯାହା ଅସୁବିଧା ହୋଇଛି ତାକୁ ତୁରନ୍ତ ମରାମତି କରାଯିବ । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଲଙ୍ଗୁଳି ମଠ ଧୂନିକୁଣ୍ଡଠାରୁ ରାମଦୟା ପରିଷଦ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ୬୦ ଫୁଟ ଓସାରରେ ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଫଳରେ ମେଘନାଦ ପାଚେରୀର ପଥର କାନ୍ଥରୁ ପାଣି ଗଳୁଛି। ଏପରିକି ସିଂହଦ୍ବାର ସମ୍ମୁଖ ରାମଦୟା ପରିଷଦ ନିକଟରେ ପାଚେରୀ ବାହାରପାର୍ଶ୍ବକୁ ଠେଲି ହୋଇଯିବା ଦେଖାଯାଉଛି ।

ଅନ୍ୟପଟେ ଆଜି ମହାପ୍ରଭୁଙ୍କର ହୋଇଛି ବଡ଼ ମହାସ୍ନାନ I ଭିତର କାଠ ନିକଟରେ ଛେପ ପଡିଥିବାରୁ ମହାପ୍ରଭୁଙ୍କର ବଡ ମହାସ୍ନାନ କରାଯାଇଛି । ଆଜି ଭୋର ୪ଟା ୩୫ ମିନିଟ ସମୟରେ ଶ୍ରୀମନ୍ଦିର ଦ୍ଵାର ଫିଟା ନୀତି ସମ୍ପର୍ଣ୍ଣ ହୋଇଥିଲା l ମଙ୍ଗଳ ଆଳତୀ ପରେ ମଇଲମ ନୀତି ଚାଲିଥିବା ବେଳେ, ଜଣେ ବୃଦ୍ଧା ଜୟ ବିଜୟ ଦ୍ୱାର ନିକଟରେ ଛେପ ପକାଇବାରୁ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଯାହାଫଳରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ନୀତି ପାଇଁ ୧ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଠାକୁରଙ୍କ ନୀତି ବିଳମ୍ବ ହୋଇଅଛି । ଫଳରେ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ପାଇବାରେ ବେଶ୍ ବିଳମ୍ବ ହୋଇଛି । ଏହି ବଡ ମହାସ୍ନାନ ପାଇଁ ସକାଳ ୭ ଟାରୁ ୮ ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିଥିଲା।

Comments are closed, but trackbacks and pingbacks are open.