ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

78

ନୂଆଦିଲ୍ଲୀ: ‘ଆସନ୍ତା ୧୦ ଦିନ ଭିତରେ ଇସ୍ତଫା ଦିଅ, ନଚେତ ବାବା ସିଦ୍ଦିକିଙ୍କ ପରି ଅବସ୍ଥା ତୁମର ବି ହେବ ।’ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଛି ଏପରି ହତ୍ୟା ଧମକ । ଯୋଗୀ ଆଦିତ୍ୟନାଥଙ୍କ ନାଁରେ ମୁମ୍ବାଇ ପୁଲିସ୍ କଣ୍ଟ୍ରୋଲ ରୁମ୍‌କୁ ଆସିଛି ଏପରି ଧମକପୂର୍ଣ୍ଣ ମେସେଜ । ଏହାକୁ ନେଇ ତନାଘନା ଆରମ୍ଭ କରିଛି ପୁଲିସ୍‌। ଗତକାଲି ସନ୍ଧ୍ୟାରେ ମୁମ୍ବାଇ ପୁଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏହାପରେ ପୁଲିସ୍‌ ମେସେଜ ପଠାଇଥିବା ବ୍ୟକ୍ତିଙ୍କ ସନ୍ଧାନ ଆରମ୍ଭ କରିଛି। ତେବେ ଏପରି ମେସେଜ କିଏ ଦେଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନ ଥିବା ଜଣାଯାଇଛି।

Comments are closed, but trackbacks and pingbacks are open.