ତାରାଙ୍କ ବିସ୍ଫୋରକ ବୟାନ, କହିଲେ କଂଗ୍ରେସ ମୋତେ ବିରୋଧ କରୁଛି

229

ଭୁବନେଶ୍ୱର: କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି  ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ନିଜ ଦଳ ବା କଂଗ୍ରେସ ବାବଦରେ ସେ ଏହି ବୟାନ ଦେଇଛନ୍ତି ।
ସେ କହିଛନ୍ତି ଯେ କାହା ସହ କାହାର ମତ ଠିକ ନାହିଁ । ପ୍ରକୃତ କଂଗ୍ରେସ କର୍ମୀଙ୍କୁ କାନ୍ଦ ଲାଗୁଛି । କଂଗ୍ରେସରେ ବିଭାଜନ ସୃଷ୍ଟି ହେଉଛି ଯାହା ହେବା ଅନୁଚିତ । କାହାର ଦଳୀୟ ସ୍ୱାର୍ଥ କଥା ଚିନ୍ତା ନାହିଁ । କେବଳ ନିଜ ସ୍ୱାର୍ଥ ହାସଲ ପାଇଁ ଚେଷ୍ଟା ଚାଲିଛି । ଏଥିପାଇର୍ ଜନସାଧାରଣ କେବେ କ୍ଷମା ଦେବେ ନାହିଁ । ମୋତେ ବିଜେଡି ଓ ବିଜେପି ସହ କଂଗ୍ରେସ ବି ବିରୋଧ କରୁଛି । ତେଣୁ ମୁଁ ମୋ ନିର୍ବାଚନମଣ୍ଡଳୀ ଭିତରେ ରହିଛି ବୋଲି ତାରା କହିଛନ୍ତି । 

Comments are closed, but trackbacks and pingbacks are open.