ଆଜି ରେଳ ମନ୍ତ୍ରଣାଳୟର ଦାୟିତ୍ଵ ଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ

62

ଭୁବନେଶ୍ଵର: ଆଜି ସକାଳେ ସାଂସଦ ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରଣାଳୟର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ଚେୟାରମ୍ୟାନ୍ ତଥା ସିଇଓ ଜୟା ବର୍ମା ସିହ୍ନା ତାଙ୍କର ରେଳ ବୋର୍ଡ ସହକର୍ମୀମାନଙ୍କ ସହ ରେଳମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ। ବିଶେଷକରି ରେଳ ଭବନର ସଫେଇ କର୍ମଚାରୀ ତଥା ଅନ୍ୟ କର୍ମଚାରୀମାନେ ରେଳ ମନ୍ତ୍ରଣାଳୟକୁ ଗୋଲାପ ଫୁଲ ଦେଇ ରେଳମନ୍ତ୍ରୀଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଛନ୍ତି। ତେବେ ଏନେଇ ରେଳମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed, but trackbacks and pingbacks are open.