୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପାଳିତ ହେବ ‘ଭାରତ ପର୍ବ’

62

ନୂଆଦିଲ୍ଲୀ: କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣ ପାଇଁ ଦେଶ ପ୍ରସ୍ତୁତ ହେଉଥିବାବେଳେ ଏହା ଭାରତ ପାଇଁ ଏକ ସ୍ୱତନ୍ତ୍ର ବର୍ଷ । ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଥର ପାଇଁ ଭାରତ ପର୍ବ ଆୟୋଜନ କରାଯିବ, ଯେଉଁଥିରେ ବିଶ୍ୱର ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ । ଏଥିସହ ବିଶ୍ୱର ଚଳଚ୍ଚିତ୍ର ସେଲିବ୍ରିଟି, ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ, ପ୍ରଯୋଜକ, କ୍ରେତା ଏବଂ ବିକ୍ରୟ ଏଜେଣ୍ଟଙ୍କ ସହ ଯୋଗାଯୋଗ କରିବା ସହ ସୃଜନଶୀଳ ସୁଯୋଗ ଏବଂ ସୃଜନଶୀଳ ପ୍ରତିଭାର ଏକ ସମୃଦ୍ଧ ବ୍ୟାଙ୍କକୁ ପ୍ରଦର୍ଶିତ କରାଯିବ ।

ନଭେମ୍ବର ୨୦-୨୮, ୨୦୨୪ ରେ ଗୋଆରେ ଆୟୋଜିତ ହେବାକୁ ଥିବା ୫୫ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ (ଆଇଏଫ୍ଏଫ୍ଆଇ)ର ଅଫିସିଆଲ୍ ପୋଷ୍ଟର ଓ ଟ୍ରେଲର ଭାରତ ପର୍ବରେ ଉନ୍ମୋଚିତ ହେବ। ଭାରତ ପର୍ବରେ ୫୫ତମ ଆଇଏଫ୍ଏଫ୍ଆଇ ସହ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଅଡିଓ-ଭିଜୁଆଲ୍ ଆଣ୍ଡ୍ ଏଣ୍ଟରଟେନ୍ମେଣ୍ଟ୍ ସମିଟ୍ (ୱେଭ୍ସ)ର ‘ସେଭ୍ ଦି ଡେଟ୍’ ରିଲିଜ୍ ହେବ।

୧୦୮ ଗ୍ରାମ ଇଣ୍ଟରନ୍ୟାସନାଲ ରିଭିଏରାଠାରେ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତ ପ୍ୟାଭିଲିୟନ୍ ମେ ୧୫ ତାରିଖରେ ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ଉପସ୍ଥିତିରେ ଉଦଘାଟିତ ହେବ। ଅହମ୍ମଦାବାଦସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ ପକ୍ଷରୁ ଚଳିତ ବର୍ଷର ଥିମ୍ ‘କ୍ରିଏଟ୍ ଇନ୍ ଇଣ୍ଡିଆ’ର ବିଷୟବସ୍ତୁକୁ ଦର୍ଶାଇବା ପାଇଁ ‘ସୂତ୍ରଧାରା’ ନାମରେ ଭାରତ ପ୍ୟାଭିଲିୟନର ଡିଜାଇନ୍ କରାଯାଇଛି।

Comments are closed, but trackbacks and pingbacks are open.