ଆଜି ରାଜ୍ୟରେ ୬୦୯ କରୋନା ଆକ୍ରାନ୍ତ ଚିହ୍ନଟ ,୮ ମୃତ

30

ରାଜ୍ୟ ରେ କରୋନା ର ୨ୟ ଲହର ବର୍ତ୍ତମାନ କମିଯାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଥମି ନାହିଁ I ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮,୦୫୫ କୁ ବୃଦ୍ଧି ପାଇଛି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ୱରରୁ ଜଣେ, ଗଞ୍ଜାମ ଓ ପୁରୀରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ରାଜ୍ୟରେ ୬୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୨୧୬୭ ରେ ପହଞ୍ଚିଲାଣି। ଏହାରି ଭିତରେ କରୋନା ର ସମ୍ଭାବ୍ୟ ତୃତୀୟ ଲହର ପିଲାମାନଙ୍କୁ ଅଧିକ ସଂକ୍ରମଣ କରିବା ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି I

Leave A Reply

Your email address will not be published.