ପୁଣି ଲେଉଟିଲା ନିପା ଭାଇରସ : ସତର୍କ କରାଇଲେ ଡିଏମଇଟି

0 120

କରୋନାର ନୂଆ ନୂଆ ଭାରିଆଣ୍ଟକୁ ନେଇ ବଢୁଛି ଚିନ୍ତା । ଏହାରି ମଧ୍ୟରେ ‘ନିପା’ ଭାଇରସକୁ ନେଇ ସତର୍କ କରାଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ, ‘ମଣିଷଠାରୁ ମଣିଷକୁ ନିପା ହେବାର ଭୟ ରହିଛି । ଏହି ରୋଗ ମିଳିମିଳା ଜୀବାଣୁ ସହିତ ଜଡ଼ିତ ଥିବା କୁହାଯାଇଛି । ବାଦୁଡ଼ିଙ୍କଠାରୁ ମଣିଷକୁ ବ୍ୟାପୁଥିବା ଏହି ରୋଗରେ ବାନ୍ତି, ମୁଣ୍ଡବିନ୍ଧା, ଆଦିର ଲକ୍ଷଣ ଦେଖାଦେଇଥାଏ । ନିପାଭାଇରସ ଏ ପର୍ଯ୍ୟନ୍ତ ମହାମାରୀ ଭାବେ ପୃଥିବୀରେ ହୋଇନି । ନିପାକୁ ଭୌଗୋଳିକ ପରିସ୍ଥିତି ନିୟନ୍ତ୍ରଣ କରୁଛି ।’ଏହି ଭାଇରସ କେରଳ ରେ ନିଜର ପ୍ରକୋପ ଦେଖେଇବା ଆରମ୍ଭ କଲାଣି Iଏଥିରେ ଜଣେ ୧୨ ବର୍ଷର ବାଳକ ର ମୃତ୍ୟୁ ହୋଇଥିବେ ବେଳେ ଦୁଇ ସ୍ୱାସ୍ଥ୍ୟ କର୍ମୀ ଙ୍କ ଠାରେଏହାର ଲକ୍ଷଣ ଦେଖାଥିବାର କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ଭିନ ଜର୍ଜ ଏ ନେଇ ସୂଚନା ଦେଇଛନ୍ତି I ଚୁଲ୍ଲାରର ଚଠାମଙ୍ଗଳମ ପଞ୍ଚାୟତର ଏହି ବାଳକ ଜଣକ କୋଝିକୋଡର ଏକ ଡାକ୍ତରଖାନାରେ ଗତ ୧ ତାରିଖରେ ଭର୍ତ୍ତି ହୋଇଥିଲା। ରବିବାର ସକାଳେ ତା’ର ମୃତ୍ୟୁ ହୋଇଛି। ନମୁନା ସଂଗ୍ରହ କରାଯାଇ ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପଠାଯାଇଥିଲା। ପରୀକ୍ଷା ପରେ ବାଳକ ଠାରେ ନିପା ଭୂତାଣୁ ଥିବା ସ୍ପଷ୍ଟ ହୋଇଥିଲା। ସଂପୃକ୍ତ ବାଳକ ସଂସ୍ପର୍ଶରେ ଆସିଥିବା ୨୦ ଜଣ ବ୍ୟକ୍ତିଙ୍କ ଠିକଣା ସଂଗ୍ରହ କରାଯାଇ ସେମାନଙ୍କ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଯାଞ୍ଚ କରୁଥିବା ଟିମ ଏ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି Iସେମାନଙ୍କ ମଧ୍ୟ ରୁ ଦୁଇ ଜଣ ସ୍ୱାସ୍ଥ୍ୟକର୍ମୀ ଥିବା ଜଣା ଯାଇଛି I ପୋଲିସ ମୃତ ବାଳକ ର ଘର ଠାରୁ ୩ କି.ମି. ଭିତରେ ନାକାବନ୍ଦୀ କରିଛି I ବିଶେଷ କରି ବାଦୁଡ଼ି ଲାଳ ରୁ ଏହି ଭାଇରସ ସଂକ୍ରମିତ ହୋଇଥାଏ I ୨୦୧୮ ମସିହାରେ କେରଳରେ କୋଝିକୋଡ ,ଓ ମଲ୍ଲପୁରମ ରେ ନିପା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ I

Leave A Reply

Your email address will not be published.