ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କଲେ ଦୈତାରିପଣ୍ଡା

52

ପୁରୀ: ଆଜି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କ୍ଷମା ମାଗିଛନ୍ତି ଯାତ୍ରା ଜଗତର ଭିଲେନ୍ ଦୈତାରୀ ପଣ୍ଡା । ନିକଟ ଅତିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଗତର ନାଥ ଜଗନ୍ନାଥଙ୍କ ସହ ତୁଳନା କରି ବିବାଦରେ ଥିଲେ ଦୈତାରୀ ପଣ୍ଡା ।

ପ୍ରଥମେ ସିଂହଦ୍ଵାର ଥାନା ଯିଵାପରେ ଦୈତାରୀ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ କ୍ଷମା ପ୍ରାର୍ଥନା କରିଛନ୍ତି । ସବୁଆଡୁ ବିରୋଧର ସ୍ୱର ତେଜିବା ପରେ ଶେଷରେ ଶ୍ରୀମନ୍ଦିର ଆସି ନିଜେ ଦେଇଥିବା ଏଭଳି ମନ୍ତବ୍ୟ ପାଇଁ ପଶ୍ଚାତାପ କରିଥିବା କହିଛନ୍ତି ଦୈତାରୀ ପଣ୍ଡା ।

ତେବେ ଭାବପ୍ରବଣତା ହୋଇ ସେ ଏଭଳି ମନ୍ତବ୍ୟ ଦେଇଥିବା କହିଛନ୍ତି । ତେବେ ବିଜେଡିର ଅନେକ ନେତା ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥଙ୍କ ସହ ତୁଳନା କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଦୈତାରୀ ପଣ୍ଡା ।

Comments are closed, but trackbacks and pingbacks are open.