ବୁଥ ସ୍ତରୀୟ ଜନସମ୍ପର୍କ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

195

ଭୁବନେଶ୍ୱର: ଫୋକସରେ ମିଶନ ଓଡ଼ିଶା । ଆସନ୍ତା 3ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଆଇଆଇଏମର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେବେ ପଶ୍ଚିମ ପରେ ପ୍ରଧାନମନ୍ତ୍ରୀ ମୋଦି ଉପକୂଳ ଜିଲ୍ଲା ଗସ୍ତରେ ଆସୁଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ବିଜେପି ଫୋକସରେ ଓଡ଼ିଶା ରହିଥିବାବେଳେ ଅନେକ ରାଷ୍ଟ୍ରୀୟ ନେତୃତ୍ବ ମଧ୍ୟ ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଥିବାର ସେ ସୂଚନା ଦେଇଛନ୍ତି ।  ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଠାରେ ବୁଥ ସ୍ତରୀୟ ଜନସମ୍ପର୍କ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଠାରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ହାଉସିଂ ବୋର୍ଡ କଲୋନୀରେ କାନ୍ଥ ଲିଖନ ସହ ଷ୍ଟିକର ମଧ୍ୟ ଲଗାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

Comments are closed, but trackbacks and pingbacks are open.