ଓଡ଼ିଶାରେ ଜିଓଏୟାରଫାଇବର ସେବା ସମ୍ପ୍ରସାରଣ

607

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଘରୋଇ ମୋବାଇଲ ଡାଟା ନେଟୱର୍କ ରିଲାଏନ୍ସ ଜିଓ ପକ୍ଷରୁ ସାରା ଓଡ଼ିଶାରେ ୩୦ ରୁ ଉର୍ଦ୍ଧ୍ୱ ସହର ଓ ନଗରକୁ ବିଶ୍ୱ ମାନର ସର୍ବାଧୁନିକ ଜିଓଏୟାରଫାଇବ‍ର ସେବା ସମ୍ପ୍ରସାରଣ କରାଯାଇଛି । ପ୍ରାରମ୍ଭିକ ଭାବେ ନଭେମ୍ବର ୨୦୨୩ରେ ଭୁବନେଶ୍ୱର ଓ କଟକ ସହରରେ ଶୁଭାରମ୍ଭ ହୋଇଥିବା ଜିଓଏୟାରଫାଇବ‍ର ସେବା ଆଜିକାର ଏହି ୩୦ ସହର ଓ ନଗରକୁ ସମ୍ପ୍ରସାରଣ ମାଇଲଖୁଣ୍ଟ ସହିତ ଓଡ଼ିଶାରେ ଡିଜିଟାଲ ଦୃଶ୍ୟପଟ୍ଟରେ ଉଲ୍ଲେଖନୀୟ ପରିବର୍ଦ୍ଧନର ଏକ ନିଦର୍ଶନ ହୋଇଛି । ଜିଓଏୟାରଫାଇବ‍ର ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବ ଏବଂ ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‍ ସୁବିଧା ସହିତ ସଂଯୁକ୍ତ କରିବ ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‍ ବ୍ରଡବ୍ୟାଣ୍ଡ୍‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା ।

ଜିଓଏୟାରଫାଇବର ଟିଭି ଅଥବା ବ୍ରଡବ୍ୟାଣ୍ଡ୍‌‌‍ ବ୍ୟବହାରକାରୀଙ୍କୁ ଗୋଟିଏ ସମନ୍ୱିତ ସେବା ଜରିଆରେ ଯୋଗାଇ ଦିଆଯାଉଥିବା ଏକ ବିଶ୍ୱ ମାନର ସର୍ବାଧୁନିକ ହୋମ୍‌‌‍ ଏଣ୍ଟରଟେନ୍‌‌‍ମେଣ୍ଟ, ବ୍ରଡବ୍ୟାଣ୍ଡ୍‌‌‍ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବା ସୁଯୋଗ ପ୍ରଦାନ କରୁଛି । ଜିଓଏୟାରଫାଇବର ପ୍ଲାନ୍‌‌‌ରେ ଗ୍ରାହକଙ୍କୁ ଅସୀମିତ ଡାଟା ସହିତ ୩୦ ଏମ୍‌‌‌ବିପିଏସ୍ ଓ ୧୦୦ ଏମ୍‌‌‌ବିପିଏସ୍ ଭଳି ଦୁଇ ପ୍ରକାର ସ୍ପିଡ୍‌‌‌ର ପ୍ଲାନ୍ ଉପଲବ୍ଧ ହେଉଛି । ପ୍ରାରମ୍ଭିକ ୩୦ ଏମ୍‌‌‌ବିପିଏସ୍ ପ୍ଲାନ୍‌‌‌ର ମୂଲ୍ୟ ୫୯୯ ଟଙ୍କା ରହିଛି । ସେହିପରି ୧୦୦ ଏମ୍‌‌‌ବିପିଏସ୍ ପ୍ଲାନ୍‌‌‌ର ମୂଲ୍ୟ ୮୯୯ ଟଙ୍କା ରହିଛି । ଉଭୟ ପ୍ଲାନ୍‌‌‌ରେ ୫୫୦ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍ ଓ ୧୪ଟି ଲୋକପ୍ରିୟ ମନୋରଞ୍ଜନ ଓଟିଟି ଆପ୍ ଉପଲବ୍ଧ ରହିଛି । ଜିଓଏୟାରଫାଇବର ପ୍ଲାନ୍‌‌‌ରେ ୧୦୦ ଏମ୍‌‌‌ବିପିଏସ୍ ସ୍ପିଡ୍ ରହିଥିବା ଏକ ୧୧୯୯ ଟଙ୍କିଆ ପ୍ଲାନ୍ ମଧ୍ୟ ରହିଛି, ଯେଉଁଥିରେ ୫୫୦ ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍ ଏବଂ ନେଟ୍‌‌‌ଫ୍ଲିକ୍ସ, ଆମାଜନ ଓ ଜିଓ ସିନେମା ଭଳି ପ୍ରିମିୟମ ଓଟିଟି ସବସ୍କ୍ରିପସନ ସମେତ ୧୬ ରୁ ଅଧିକ ମନୋରଞ୍ଜନ ଓଟିଟି ଆପ୍ ଉପଲବ୍ଧ ରହିଛି ।

ଜିଓର ବିଶ୍ୱସନୀୟ ୱାଇଫାଇ ସଂଯୋଗ ଜରିଆରେ ଘର କିମ୍ବା ବ୍ୟବସାୟ ପ୍ରତିଷ୍ଠାନର କୋଣ ଅନୁକୋଣରେ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଅନୁଭୂତି ପାଇପାରିବେ । ସେହିଭଳି ଜିଓଏୟାରଫାଇବ‍ର୍ ଗ୍ରାହକ ସ୍ମାର୍ଟ ହୋମ ସେବା ଜରିଆରେ ଶିକ୍ଷା ପାଇଁ କ୍ଲାଉଡ଼ ପିସି ଓ ୱାର୍କ ଫ୍ରମ ହୋମ, ସୁରକ୍ଷା ଓ ନିରୀକ୍ଷଣ ସମାଧାନ, ସ୍ୱାସ୍ଥ୍ୟ, ଶିକ୍ଷା, ସ୍ମାର୍ଟ ହୋମ ଆଇଓଟି, ଗେମିଙ୍ଗ ଓ ହୋମ ନେଟୱର୍କିଙ୍ଗ ଭଳି ସେବାର ଉପଯୋଗ କରିପାରିବେ । ଜିଓଏୟାରଫାଇବ‍ର ଅନଲାଇନ୍ ଓ ଅଫ୍‌‌‌ଲାଇନ୍‌‌‌ ମାଧ୍ୟମରେ ବୁକିଂ କରାଯାଇପାରିବ । ୬୦୦୦୮ ୬୦୦୦୮ ନମ୍ବର ରେ ମିସଡ୍ କଲ୍ ଦେଇ କିମ୍ବା www.jio.com ୱେବସାଇଟ୍ ପରିଦର୍ଶନ କରି କିମ୍ବା ଜିଓ ଷ୍ଟୋରରେ ବୁକିଂ ପ୍ରକ୍ରିୟା ଆରମ୍ଭ କରାଯାଇପାରିବ ।

Comments are closed, but trackbacks and pingbacks are open.