ପୁଣି ଫେରିଲା କୋରାନ, ଡ଼ରାଇଲାଣି ମାସ୍କ

160

ନୂଆଦିଲ୍ଲୀ: ବଢିଲା କରୋନା , ଫେରିଲା ମାସ୍କ  । ହଁ ଆଜ୍ଞା ପୁଣି ଥରେ ଡରାଇଲାଣି କରୋନା  । JN.1 ଭୂତାଣୁ  ତାର କାୟା ବିସ୍ତାର କରିବାରେ ଲାଗିଛି  । ଦିନକୁ ଦିନ ଦେଶର ଅନେକ ରାଜ୍ୟରେ ସଂକ୍ରମଣ ବଢିବାରେ ଲାଗିଛି  । ବିଶେଷ କରି ଗୋଆ , କେରଳ , ମହାରାଷ୍ଟ୍ର , ଚଣ୍ଡିଗଡ ଆଦି  ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଦୀର୍ଘ ୮ ମାସ ପରେ କୋଭିଡ-୧୯ର ଏକ ମାମଲା ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଦେଖିବାକୁ ମିଳିଛି ।

ଗାଜିଆବାଦରେ ବିଜେପି କାଉନସିଲର ଅମିତ ତ୍ୟାଗି କରୋନାରେ ସଂକ୍ରମିତ ହୋଇଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି  କେନ୍ଦ୍ରସରକାର ମଧ୍ୟ ଗାଇଡ ଲାଇନ୍ ଜାରି କରିଛନ୍ତି । ପୁଣି ଥରେ ଲୋକଙ୍କ ମଧ୍ୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ଆଇସୋଲେସନ ଆଦି ଶବ୍ଦ ଦେଖିବାକୁ ମିଳିବ ।

ତେବେ କରୋନାର ନୂଆ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ଚଣ୍ଡିଗଡ଼ ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ମାସ୍କ ପିନ୍ଧିବାକୁ ନିଷ୍ପତ୍ତି ଦିଆଯାଇଛି । ସେହିପରି ଭିଡ ସ୍ଥାନକୁ ନ ଯିବାକୁ ମଧ୍ୟ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ତେବେ ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ବେଳେ ଏଭଳି ସ୍ଥିତିରେ ଓଡ଼ିଶାର ଜନସାଧାରଣ କରୋନାକୁ ନେଇ ସାବଧାନ ରହିବାର ଆବଶ୍ୟକତା ରହିଛି ।

Comments are closed, but trackbacks and pingbacks are open.