ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଲିଷ୍ଟରେ ନାହାନ୍ତି କଙ୍ଗନା

53

ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରରେ ଆସନ୍ତା ଜାନୁଆରୀ 22 ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଏ ନେଇ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଏହି ଉତ୍ସବର ସାମିଲ ହେବା ପାଇଁ ଦେଶର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଉଛି । ନିମନ୍ତ୍ରଣ ତାଲିକାରେ ବଲିଉଡ୍ ତାରକା ମଧ୍ୟ ସାମିଲ ଅଛନ୍ତି । ତାଲିକାରେ 3 ହଜାର ଭିଭିଆଇପି ନିମନ୍ତ୍ରିତଙ୍କ ସମେତ ମୋଟ୍‌ 7 ହଜାର ଲୋକଙ୍କ ନାମ ରହିଛି । କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ପାଖାପାଖି ୭୦୦୦ ଲୋକଙ୍କୁ ନିମନ୍ତ୍ରଣ ଦିଆ ଯାଇଛି । ସେମାନଙ୍କ ମଧ୍ୟରେ ଦେଶର ଅନେକ ବଡ଼ ବଡ଼ ଲୋକ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭଗତଙ୍କ ସମେତ 3000 ଭିଭିଆଇପିଙ୍କୁ ନିମନ୍ତ୍ରଣ ମିଳିଛି ।

ଏହା ଛଡ଼ା ପୁରା ଦେଶରୁ 4000 ସାଧୁ ସନ୍ଥଙ୍କୁ ମଧ୍ୟ ଡକା ଯାଇଛି । ନିମନ୍ତ୍ରଣ ଅତିଥିଙ୍କ ତାଲିକାରେ ଖେଳ ଓ ଅଭିନୟ ଜଗତରୁ ମଧ୍ୟ ଅନେକଙ୍କୁ ନିମନ୍ତ୍ରଣ ମିଳିଛି । ଏଥିରେ ‘ରାମାୟଣ’ରେ ପ୍ରଭୁ ରାମଚନ୍ଦ୍ରଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏବଂ ଦେବୀ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖାଲିଆଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ । କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନାମ ଅତିଥି ତାଲିକାରେ ନାହିଁ । କ୍ରିକେଟର ସଚିନ ତେନ୍ଦୁଲକର, ବିରାଟ କୋହଲି, ଚଳଚ୍ଚିତ୍ର ତାରକା ଅମିତାଭ ବଚ୍ଚନ ଏବଂ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସମେତ ପ୍ରାୟ ସାତ ହଜାର ଲୋକଙ୍କୁ ନିମନ୍ତ୍ରଣପତ୍ର ପଠାଯାଇଛି ।ଅକ୍ଷୟ କୁମାର, ଆଶା ଭୋଁସଲେଙ୍କୁ ମଧ୍ୟ ଏହି ସମାରୋହ ପାଇଁ ନିମନ୍ତ୍ରଣ ପଠାଯାଇଛି । ସମୟ ଏବଂ ତାରିଖ ବିଷୟରେ ଧାର୍ଯ୍ୟ କରାଯାଇ ଆସନ୍ତା ଜାନୁଆରି 22 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ମନ୍ଦିରରେ ରାମଲଲ୍ଲାଙ୍କ ବିଗ୍ରହରେ ପ୍ରାଣପ୍ରତିଷ୍ଠା ହେବ ।

ଆରଏସଏସ ମୁଖ୍ୟ ମୋହନ ଭଗବତ, ଯୋଗ ଗୁରୁ ରାମଦେବ, ଶିଳ୍ପପତି ରତନ ଟାଟା, ଶିଳ୍ପପତି ଗୌତମ ଆଦାନୀ ମଧ୍ୟ ଏଥିରେ ଭାଗ ନେବାକୁ ଯାଉଛନ୍ତି ବୋଲି ସୂଚନା ରହିଛି । ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି, ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ 50 ଟି ଦେଶରୁ ଜଣେ ଜଣେ ପ୍ରତିନିଧିଙ୍କୁ ଡାକିବା ପାଇଁ ଉଦ୍ୟମ ହୋଇଛି । ସେହିପରି ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା 50 ଜଣ ସେବକଙ୍କ ପରିବାର ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

Comments are closed, but trackbacks and pingbacks are open.