ମତେ ମୋଦିଜୀ ନୁହେ ମୋଦି କୁହନ୍ତୁ; କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ?

52

ନୂଆଦିଲ୍ଲୀ:ତିନି ରାଜ୍ୟରେ ବିଜୟ ମୁକୁଟ ପିନ୍ଧିବା ପରେ ଏବେ ଖୁସିରେ ଗଦଗଦ ବିଜେପି । ସବୁ ବିଜେପି ନେତା ଏହାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଉଛନ୍ତି ।ଆଜି ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଜେପି ସାଂସଦମାନେ ଜୋରଦାର ସ୍ୱାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ଯେମିତି ସଂସଦରେ ପହଞ୍ଚିଥିଲେ,ସାଂସଦମାନେ ଏକ ସ୍ୱରରେ ନାରା ଦେଇଥିଲେ-‘ମୋଦିଜୀଙ୍କୁ ସ୍ୱାଗତ‘ । ଏହାପରେ ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଧାନମନ୍ତ୍ରୀଙ୍କ ଗଳାରେ ଫୁଲମାଳ ପକାଇ ତାଙ୍କୁ ସମ୍ମାନିତ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ସାଂସଦମାନଙ୍କୁ ସମ୍ବୋଧନ କରି କହିଥିଲେ ‘ମୁ ମୋଦି, ମୋତେ ମୋଦି ଜୀ କହି ଜନତାଙ୍କ ଠାରୁ ଦୂରେଇ ଦିଅନି ।’

ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରି ଦେଇଥିଲେ, ‘ମୋଦି ଜୀ ନୁହେଁ କେବଳ ମୋଦି କହିବେ । ସାଂସଦମାନେ ତାଙ୍କୁ ମୋଦି ଜୀ କହି ଡାକିଲେ ସାଧାରଣ ଜନତା ତାଙ୍କଠାରୁ ଦୂରେଇ ଯିବେ । ‘ମୋଦି’ ଆଗରେ ’ଜୀ’ ଲାଗିଲେ ସାଧାରଣ ଜନତା ତାଙ୍କୁ ସେମାନଙ୍କଠାରୁ ଅଲଗା ବୋଲି ଭାବିବେ । ହେଲେ ସେ ଏପରି ହେଉ ବୋଲି ଚାହାନ୍ତି ନାହିଁ ।’

ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ସବୁବେଳେ ମିତ୍ର, ଭାଇଭଉଣୀ, ମୋର ସାଥୀ ଏବଂ ମୋର ପରିବାରଜନ ପରି ଶବ୍ଦରେ ଜନତାଙ୍କୁ ସମ୍ବୋଧନ କରିଥାନ୍ତି । ଏହାଦ୍ୱାରା ସେ ସାଧାରଣଜନତାଙ୍କ ସହ ଏକ ଭଲ ସମ୍ପର୍କ ରଖିବାକୁ ଚାହାନ୍ତି । ତେଣୁ ମୋଦି ଶବ୍ଦ ଆଗରେ ଜୀ ଲାଗିଲେ ଏହି ଆପଣାର ଭାବାରେ ଏକ ଦୂରତ୍ୱ ଆସିବ । ତେଣୁ ଜୀ ସମ୍ବୋଧନ ନ କରିବାକୁ ସେ ସାଂସଦମାନଙ୍କୁ କହିଥିଲେ ।

ତିନି ରାଜ୍ୟର ବିଜୟକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ଏହି ବିଜୟ ଏକୁଟିଆ ମୋଦିଙ୍କର ନୁହେଁ, ପୁରା ଦଳର । ସମସ୍ତେ ମିଶି ଏହି କାମ କରିଛନ୍ତି  । ଦଳକୁ ଆଗକୁ ନେଇଛନ୍ତି । ବିକଶିତ ଭାରତ ସଙ୍କଳ୍ପ ଯାତ୍ରାରେ ସମସ୍ତେ ଲାଗିପଡନ୍ତୁ ବୋଲି ସେ ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ ।

Comments are closed, but trackbacks and pingbacks are open.