ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ ଘଟଣା: ଜଣେ ମୃତ, ୩୦ ଆହତ

493

ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ ଘଟଣା​ରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ପୁଷ୍ପାଞ୍ଜଳି ଦାସ । ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ନୋଳିଆ ଗାଁରେ। ନିଆଁ ଲାଗିଥିବା ବସ୍‌ରେ ୩୮ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୩୧ ଜଣ ଓଡ଼ିଶାର ଯାତ୍ରୀ ଥିବା ଜଣାପଡିଛି।

ଅଗ୍ନିକାଣ୍ଡ ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ମେଦିନାପୁର ଓ ଖଡଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବା​ଲେଶ୍ବର ଜିଲ୍ଲାର କିଛି ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚି ଆହତ ଯାତ୍ରୀମାନଙ୍କ ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ସମସ୍ତ ଓଡ଼ିଆ ଯାତ୍ରୀଙ୍କ ଫେରିବା ବ୍ୟବସ୍ଥା କରୁଛନ୍ତି।

ତେବେ ବସ୍‌ରେ କେମିତି ନିଆଁ ଲାଗିଲା,  ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ବସ୍‌ଟି ଗତକାଲି ରାତିରେ କଲକାତାର ବାବୁଘାଟରୁ ପାରାଦୀପ ଆସୁଥିଲା। ଖଡ଼ଗପୁର ଗ୍ରାମୀଣ ଥାନା ମାଦପୁର ନିକଟରେ ରାତି ପ୍ରାୟ ସାଢ଼େ ୯ରୁ ୧୦ଟା ମଧ୍ୟରେ ଏହି ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା। ବାଟରେ ବସ୍‌ଟି ହୁତୁହୁତୁ ହୋଇ ଜଳି ଯାଇଥିଲା ।

Comments are closed, but trackbacks and pingbacks are open.