କିମ୍‍ସ ଡାକ୍ତରଙ୍କ ସଫଳତା୯ମାସ ଶିଶୁର ବିରଳ ଚକ୍ଷୁ ଅସ୍ତ୍ରୋପଚାର

658

ଭୁବନେଶ୍ୱର, ୨ ।୧୧: କନ୍‍ଜେନିଟାଲ୍‍ ଗ୍ଲୁକୋମା ଥିବା ଜଣେ ୯ମାସ ଶିଶୁର ଚକ୍ଷୁ ଅସ୍ତ୍ରୋପଚାର କରି କିମ୍‍ସ ଡାକ୍ତରମାନେ ସଫଳତା ପାଇଛନ୍ତି । ଏଭଳି ବିରଳ ଅସ୍ତ୍ରୋପଚାର ପରେ ଶିଶୁଟି ଏବେ ସମ୍ପୂର୍ଣ୍ଣ ଦେଖିପାରୁଛି । ଟ୍ରାବେକ୍ୟୁଲୋଟୋମି ଓ ଟ୍ରାବେକ୍ୟୁଲେକ୍ଟୋମି ଭଳି ଅତ୍ୟାଧୁନିକ ପଦ୍ଧତିରେ ଏତେ କମ୍‍ ବୟସର ଜଣେ ଶିଶୁର ଏହି ଗ୍ଲୁକୋମା ଅସ୍ତ୍ରୋପଚାର  ସଫଳତା ମିଳିଛି । କିମ୍‍ସ ଚକ୍ଷୁରୋଗ ବିଭାଗ  ମୁଖ୍ୟ ଡା. ମାତୁଲି ଦାସଙ୍କ ତତ୍ୱାବଧାନରେ ବିଭାଗର ସହକାରୀ ପ୍ରଫେସର ଡା. ଶାଶ୍ୱତୀ ସେନ୍‍ ଓ ତାଙ୍କ ଟିମ ଏହି ଅସ୍ତ୍ରୋପଚାର ସଫଳତାର ସହ କରିଛନ୍ତ୍‍ି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ୱଳ୍ପ ଖର୍ଚ୍ଚରେ କିମ୍‍ସରେ ଏଭଳି ଅସ୍ତ୍ରୋପଚାର ହୋଇପାରୁଥିବା ଡା. ସେନ୍‍ ପ୍ରକାଶ କରିଛନ୍ତି ।
କନ୍‍ଜେନିଟାଲ୍‍ ଗ୍ଲୁକୋମା ଏଭଳି ଏକ ଅବସ୍ଥା ଯେଉଁଥିରେ ରୋଗୀର ଆଖି ୧୦ହଜାର ଭାଗରୁ ମାତ୍ର ୧ଭାଗ ଦେଖି ପାରିଥାଏ ।  ଏହି ଶିଶୁ କ୍ଷେତ୍ରରେ ମାତ୍ର ୪ ମାସରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥିଲା । ତେବେ ୧୦ହଜାର ରୋଗୀଙ୍କ ମଧ୍ୟରୁ ଜଣକୁ ଏଭଳି ରୋଗ ହୋଇଥାଏ ବୋଲି ଡା. ସେନ୍‍ ସୂଚନା ଦେଇଛନ୍ତି । ଏଭଳି ବିଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରୀଙ୍କ ପରାମର୍ଶ ଓ ଚିକିତ୍ସା କରାଇଲେ ଏହା ମାରାତ୍ମକ ହୋଇ ନ ଥାଏ ବୋଲି ସେ କହିଛନ୍ତି । ଏଭଳି ସଫଳ ଅସ୍ତ୍ରୋପଚାର ପାଇଁ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡାକ୍ତରୀଦଳକୁ ଅଭିନନ୍ଦନ ଜଣାଇବା ସହ ଶିଶୁର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Comments are closed, but trackbacks and pingbacks are open.