ରାଜନୀତିରେ ପାଦ ଦେବେ କି ପାଣ୍ଡିଆନ୍‌?

233

ସାରା ରାଜ୍ୟରେ ହଇଚଇ । ଏହି ଖବର ଯେମିତି ସବୁ କିଛି ଓଲଟ ପାଲଟ କରିଦେବ । ସ୍ୱେଚ୍ଛାକୃତ ଅବସର ନେଲେ ୫ଟି ସଚିବ ଭି. କେ ପାଣ୍ଡିଆନ । ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କୁ ଭିଆରଏସ ଅନୁମତି ମିଳିଛି । ଆଉ ଭିଆରଏସ ନେବା ପରେ ତାଙ୍କର ରାଜନୀତିରେ ପାଦ ଦେବାର ଚର୍ଚ୍ଚା ଜୋରସୋରରେ ଚାଲିଛି ।

ତେବେ ଅବସର ପରେ ସେ ବିଜେଡିର କାର୍ଯ୍ୟକାରୀ ପରିଷଦ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହା ସହ ତାଙ୍କୁ ଏଭଳି କିଛି ପଦବୀ ମିଳିପାରେ ଯାହା ଦ୍ବାରା ଉଭୟ ସରକାର ଓ ବିଜେଡି ଉପରେ ତାଙ୍କର ଦବଦବା ପୂର୍ବ ଭଳି ରହିପାରିବ । ଏମିତି ବି ତାଙ୍କୁ ବିଜେଡିର ପାୱାର ଫୁଲ ପଦ୍ ଦିଆଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ପାଣ୍ଡିଆନ ଦଳର ଏକ ପ୍ରମୁଖ ଆସନରେ ବସିଲେ ଦଳର ବରିଷ୍ଟ ନେତୃତ୍ୱ ଏହାକୁ ଗ୍ରହଣ କରିବେ କି ନାହିଁ ତାହା ବି ବଡ ପ୍ରଶ୍ନ ସୃଷ୍ଟି କରୁଛି । ତାଙ୍କ ଅବସର ନେଇ ସାଧାରଣ ପ୍ରଶାସନ ବିଭାଗ ଏସିଏସଙ୍କୁ ଚିଠି ଲେଖିଛନ୍ତି କାର୍ମିକ ମନ୍ତ୍ରଣାଳୟ । ଜିଏ ବିଭାଗ ଏସିଏସଙ୍କୁ କାର୍ମିକ ମନ୍ତ୍ରଣାଳୟର ଅନୁସଚିବ ଚିଠି ଲେଖିଥିଲେ। ଭିଆରଏସ ନେଇ ରାଜ୍ୟ ସରକାର ଅକ୍ଟୋବର ୨୦ ତାରିଖରେ ପଠାଇଥିବା ଆବେଦନ ମଞ୍ଜୁର ହୋଇଥିବା ଜଣା ପଡ଼ିଛି । ସର୍ବଭାରତୀୟ ସେବା ଆଇନ ୧୬(୨ଏ) ଅନୁସାରେ ମଞ୍ଜୁର ହୋଇଥିବା ଜଣାପଡିଛି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନିହାତି ଏକ ଭଲ ଆସନରେ ବସାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିଛି ମାସ ହେବ ସେ ଯେଉଁଭଳି ଲୋକଙ୍କ ସହ ମିଶିଥିଲା, ତାକୁ ନେଇ ବି ବିଭିନ୍ନ ଅନୁମାନ ହେଉଥିଲା ।

Comments are closed, but trackbacks and pingbacks are open.