ଫିଲ୍ମ ‘ଲିଓ’: ଟିକେଟକୁ ଲକ୍ଷେ ୧୦ ହଜାର

28

ହାଇଦ୍ରାବାଦ: ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ସାଉଥ୍ ଷ୍ଟାର ବିଜୟଙ୍କ ନୂଆ ଲୋକପ୍ରିୟ ଫିଲ୍ମ ‘ଲିଓ’। ଫିଲ୍ମ ରିଲିଜ ହେବା ପରେ ସବୁଠି ପ୍ରଶଂସକ କରୁଛନ୍ତି ସେଲିବ୍ରେସନ। ବିଜୟଙ୍କ ମୁଭି ଦେଖିବାକୁ ପ୍ରଶଂସକ ଉତ୍ସାହର ସହ ଅପେକ୍ଷାରେ ଥିଲେ। ଶେଷରେ ଆଜି ଅପେକ୍ଷାର ଅନ୍ତ ଘଟିଛି। ମୁଭିର ଗୋଟେ ଟିକେଟକୁ ଲକ୍ଷେ ୧୦ ହଜାର ୧ ଟଙ୍କା ଦେଇ କିଣିଲେ ଫ୍ୟାନ୍। ପୂର୍ବରୁ ଲିଓର ବୁକିଂ ଜୱାନ ଏବଂ ପଠାନଙ୍କୁ ପଛରେ ପକାଇଛି। ଏଥିରେ ବିଜୟଙ୍କ ସହ ସଞ୍ଜୟ ଦତ୍ତ, ତ୍ରିଶା କୃଷ୍ଣନ, ଗୌତମ ଭାସୁଦେବ ମେନନଙ୍କ ସମେତ ଅନେକ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ନଜର ଆସିଛନ୍ତି।

ସୂଚନା ଥାଉକି, ଏହି ଫିଲ୍ମ ଅଗ୍ରୀମ ବୁକିଂରେ ବହୁତ ଭଲ ରୋଜଗାର କରିଛି। ସପ୍ତାହେ ପର୍ଯ୍ୟନ୍ତ ବିଜୟଙ୍କ ଫିଲ୍ମର ୩୭୩୪୬ ଟିକେଟ୍ ବିକ୍ରି ହୋଇଥିଲା। ‘ଲିଓ’ ରିଲିଜ ହେବା ପୂର୍ବରୁ ୬.୯୨ କୋଟି ଟଙ୍କା ଆୟ କରିଛି । ସବୁଠୁ ବଡ କଥା ଯେ ଏହି ଆୟ ଫିଲ୍ମ ରିଲିଜ ହେବାର ସାତ ଦିନ ପୂର୍ବରୁ ହୋଇଛି। ଏହା ଶାହାରୁଖ ଖାନଙ୍କ ଚଳିତ ବର୍ଷର ଦୁଇଟି ବ୍ଲକବଷ୍ଟର ଫିଲ୍ମ ‘ପଠାନ’ ଏବଂ ‘ଜୱାନ’ର ରେକର୍ଡକୁ ଭାଙ୍ଗିଦେଇଛି । ଚଳିତ ବର୍ଷ ଲିଓ ସର୍ବାଧିକ ଆଡଭାନ୍ସ ବୁକିଂ ତାଲିକାରେ ୧ ନମ୍ବର ସ୍ଥାନରେ ପହଞ୍ଚିଛି। ଆଡଭାନ୍ସ ବୁକିଂ ପାଇଁ ଫିଲ୍ମଟି ୧୬ ରୁ ୨୦ ଲକ୍ଷ ଟଙ୍କାର ଟିକେଟ୍ ପଠାଇଛି।

ଆକ୍ସନ୍ ଡ୍ରାମା ଫିଲ୍ମ ଲିଓରେ ମୁଖ୍ୟ ଭୂମିକାରେ ତ୍ରିଶା କୃଷ୍ଣନ୍ ନଜର ଆସିଛନ୍ତି। ଏହି ସିନେମାରେ ସଞ୍ଜୟ ଦତ୍ତଙ୍କୁ ଏକ ନକାରାତ୍ମକ ଭୂମିକାରେ ଦେଖିବାକୁ ମିଳିଛି। ଏହାକୁ ଲୋକେଶ କାନାଗରାଜ ନିର୍ଦ୍ଦେଶନା ଦେଇଛନ୍ତି। ଲିଓର ସାଟେଲାଇଟ୍‌ ଏବଂ ଡିଜିଟାଲ୍ ରାଇଟ୍‌ସ ବିକ୍ରି ହୋଇସାରିଛି। ଦୁଇଟି ଯାକର ରାଇଟ୍ସ ୨୦୦ କୋଟିରେ ବିକ୍ରି ହୋଇଛି । ଡିଜିଟାଲ୍ ରାଇଟ୍ସ ବିଷୟରେ କହିବାକୁ ଗଲେ ନେଟଫ୍ଲିକ୍ସ ଏହାକୁ ୧୨୦ କୋଟିରେ କିଣିଛି। ସାଟେଲାଇଟ୍‌ ରାଇଟସ୍‌ କହିବାକୁ ଗଲେ ସନ୍ ଟିଭି ଏହାକୁ ୮୦ କୋଟିରେ କିଣିଛି। ଏହି ଚଳଚ୍ଚିତ୍ରଟି ଓଟିଟି ରେ କେବେ ରିଲିଜ୍ ହେବ ସେ ସମ୍ବନ୍ଧରେ ସୂଚନା ମିଳିନାହିଁ।

Comments are closed, but trackbacks and pingbacks are open.