ବିଶ୍ୱ ଦେଖିବ ଭାରତର ନେତୃତ୍ୱ ; ଯୋଗଦେବା ପାଇଁ ଦିଲ୍ଲୀରେ ବିଶ୍ୱ ନେତା

85

ବିଶ୍ୱ ଦେଖିବ ଭାରତର ନେତୃତ୍ୱ । କିଛି ସମୟ ପରେ ଦିଲ୍ଲୀରେ ଆରମ୍ଭ ହେବ ଦୁଇ ଦିନିଆ ଜି-୨- ସମ୍ମିଳନୀ । ପ୍ରସ୍ତୁତ ରହିଛି ପ୍ରଗତି ମଇଦାନର ଆଇଟିପିଓ କନଭେନସନ ସେଂଟର ଭାରତ ମଣ୍ଡପମ । ଭାରତ ଅଧ୍ୟକ୍ଷତାରେ ୧୮ ତମ ବାର୍ଷିକ ଜି-୨୦ ସମ୍ମିଳନୀ ହେବ । ବସୁଦେବ କୁଟୁମ୍ବକମ୍ ଥିମକୁ ନେଇ ସମ୍ମିଳନୀ ଆୟୋଜିତ କରାଯାଇଛି । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର । ଏଥିପାଇଁ ବିଶ୍ୱର ବଡ଼ ବଡ଼ ନେତା ଭାରତରେ ପହଞ୍ଚିସାରିଛନ୍ତି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡା, ଚୀନ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିକ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିିରିଲ ରାମାଫୋସା ସମେତ ଅନେକ ଦେଶର ନେତୃବୃନ୍ଦ ଦିଲ୍ଲୀରେ ପହଞ୍ଚିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବ୍ରିଟେନ୍, ଜାପାନ, ଜର୍ମାନୀ ଓ ଇଟାଲୀ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ସାମିଲ ହେବେ ।

ଜି-୨୦ ଶିଖର ସମ୍ମିଳନୀର ଆୟୋଜନ ପାଇଁ ଭାରତକୁ ପ୍ରଶଂସା କରିଛନ୍ତି । ଏଥିସହ ଭାରତରେ ଆଗାମି ୫ବର୍ଷ ଭିତରେ ନିବେଶ କରିବାକୁ ଘୋଷଣା କରିଛନ୍ତି ବାଇଡେନ୍ । ତେବେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଏବଂ ବିଶ୍ୱର ସର୍ବପୁରାତନ ଗଣତନ୍ତ୍ରର ରାଷ୍ଟ୍ରପତିଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ଉପରେ ଅଟକି ରହିଛି, ସାରା ଦୁନିଆର ନଜର । କାରଣ ବାଇଡେନ୍ ରାଷ୍ଟ୍ରପତି ହେବା ପରେ, ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି । ଏଥିସହ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ, ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ ଜି-୨୦ ସମ୍ମିଳନୀକୁ ଯୋଗ ଦେବାକୁ ଆସୁନଥିବାରୁ ବାଇଡେନ ଆସିବା ବିଶେଷ ଗୁରୁତ୍ୱ ରଖୁଛି ।

Comments are closed, but trackbacks and pingbacks are open.