ପରିବାରବାଦ ରାଜନୀତିର କଥା ଉଠାଇଲେ କେନ୍ଦ୍ରମନ୍ତ୍ରୀ

342

 ଯାଜପୁର ସୁକିନ୍ଦା ଗସ୍ତ ବେଳେ ପରିବାରବାଦ ରାଜନୀତିର କଥା ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବଡ଼ ଘଡ଼େଇ ଓ ସାନ ଘଡ଼େଇ ପ୍ରସଙ୍ଗ ଉଠାଇ ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର । ପରିବାରବାଦ କ୍ୱିଟ ଇଣ୍ଡିଆ ସ୍ଲୋଗାନ ଦେଇ ସମାଲୋଚନା କରିଛନ୍ତି । ଯାଜପୁର ସୁକିନ୍ଦାରେ ସୁରକ୍ଷା ବନ୍ଧନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ସଫଳତା ଓ ମହିଳାଙ୍କ ପ୍ରଗତି ପାଇଁ ମୋଦୀ ସରକାର ନେଉଥିବା ପଦକ୍ଷେପ ବିଷୟରେ କହିଥିଲେ । ଏହି ସମୟରେ ଓଡ଼ିଶା ରାଜନୀତିରେ ପରିବାରବାଦର କଥା ଉଠାଇ ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ କରିଥିଲେ । କହିଥିଲେ, ବଡ଼ ଘଡ଼େଇ ଓ ସାନ ଘଡ଼େଇ ଚାରିଆଡ଼େ ଘଡ଼େଇ ଘଡ଼େଇ କହି ସ୍ଥାନୀୟ ବିଧାୟକଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ ।

ବର୍ତ୍ତମାନ ସୁକିନ୍ଦାର ବିଧାୟକ ଅଛନ୍ତି ପ୍ରୀତିରଂଜନ ଘଡ଼େଇ । ତାଙ୍କ ବାପା ପ୍ରଫୁଲ୍ଲ ଘଡ଼େଇ ରାଜନୀତିରେ ସକ୍ରିୟ ଥିବା ବେଳେ, ଓଡ଼ିଶାର ଅର୍ଥମନ୍ତ୍ରୀ ଥିଲେ । ଯଦିଓ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ କାହାର ନାଁ ନେଇ ନାହାନ୍ତି ତଥାପି ଇସାରା କେଉଁ ଆଡକୁ ଥିଲା ତାହା ସ୍ପଷ୍ଟ ବୁଝାପଡ଼ୁଛି ।

Comments are closed, but trackbacks and pingbacks are open.