ଏଲନ ମସ୍କଙ୍କୁ ନିଜର ପରାମର୍ଶଦାତା ଚାହାଁନ୍ତି : ରାଷ୍ଟ୍ରପତି ପ୍ରାର୍ଥୀ ରାମାସ୍ବାମୀ

29

ୱାସିଂଟନ ; ଆସନ୍ତା ବର୍ଷରେ ହେବାକୁ ଯାଉଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ଏହି ନିର୍ବାଚନରେ ଭାରତୀୟ ମୂଳ ବାସିନ୍ଦା ବିବେକ ରାମାସ୍ୱାମୀ ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଖୁବ ଚର୍ଚ୍ଚା ଦେଖିବାକୁ ମିଳୁଛି । ଏହାକୁ ନେଇ ସେ ନିଜର ମଜଭୁତ ଦାବିଦାର ମଧ୍ୟ ଉପସ୍ଥାପନ କରୁଛନ୍ତି । ହେବାକୁ ଥିବା ନିର୍ବାଚନ ପାଇଁ ନାମାଙ୍କନ ପତ୍ରରେ ରାମାସ୍ୱାମୀ ତାଙ୍କ ଭାଷଣ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଶୁକ୍ରବାର ଆୟୋବାର ଏକ ଟାଉନ ହଲରେ ବିବେକ ରାମାସ୍ୱାମୀଙ୍କୁ ପଚରାଯାଇଥିଲା ଯେ ଯଦି ସେ ଆମେରିକାର ରାଷ୍ଟ୍ରପତି ହୁଅନ୍ତି ତେବେ ସେ ତାଙ୍କ ପରାମର୍ଶଦାତା ଭାବରେ କାହାକୁ ବାଛିବେ । ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାମାସ୍ୱାମୀ କହିଥିଲେ, ଯଦି ସେ ୨୦୨୪ରେ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୁଅନ୍ତି, ତେବେ ସେ ଟେସଲା ମାଲିକ ଏଲୋନ ମସ୍କଙ୍କୁ ତାଙ୍କ ପ୍ରଶାସନରେ ପରାମର୍ଶଦାତା କରିବାକୁ ଚାହିଁବେ । କେବଳ ଏତିକି ନୁହେଁ, ସେ ଟୁଇଟରରେ ବହୁ ପରିମାଣରେ କର୍ମଚାରୀଙ୍କୁ ଛଟେଇ କରିବାକୁ ନେଇ ମସ୍କଙ୍କୁ ପ୍ରଶଂସା କରିଥିଲେ। କୋଟିପତି ପ୍ରାର୍ଥୀ ରାମାସ୍ୱାମୀ ଉତ୍ତର ଦେଇଛନ୍ତି ଯେ ସେ ଏମିତି ଲୋକଙ୍କୁ ଚାହୁଁଛନ୍ତି ଯେଉଁମାନେ ସରକାରଙ୍କ ଭିତରୁ ଆସି ନାହାଁନ୍ତି ।

Comments are closed, but trackbacks and pingbacks are open.