କର୍ତ୍ତବ୍ୟରତ ସାମ୍ବାଦିକଙ୍କ ପାଇଁ ସ୍ୱାସ୍ଥ୍ୟବୀମା ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

697

ଭୁବନେଶ୍ୱର : ସାମ୍ବାଦିକଙ୍କ ପାଇଁ ସ୍ୱାସ୍ଥ୍ୟବୀମା ପୋର୍ଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ । ଆଜି ଭର୍ଚୁଆଲ ମାଧ୍ୟମରେ ଏହି ପୋର୍ଟାଲର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକାର୍ପଣ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍ୱାସ୍ଥ୍ୟବୀମା ପୋର୍ଟାଲ ଉନ୍ମୋଚନ କରି ମୁଁ ବହୁତ ଖୁସି । ଏହି ପୋର୍ଟାଲ ମାଧ୍ୟମରେ ଅନଲାଇନ୍‌ରେ ଆବେଦନ କରିପାରିବେ ସାମ୍ବାଦିକ। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସାମ୍ବାଦିକ ଆବେଦନ କରିପାରିବେ।

ୱେବସାଇଟକୁ ଯାଇ ସାମ୍ବାଦିକ ମାନେ ନିଜ ପରିଚୟ ପତ୍ର, କାର୍ଯ୍ୟ ସମ୍ପର୍କିତ ସମସ୍ତ ସୂଚନା ଦେଇ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ପାଇଁ ଆବେଦନ କରିପାରିବେ। ପୂର୍ବରୁ ଅଫଲାଇନରେ ଏହି ପ୍ରକ୍ରିୟା ହେଉଥିବା ବେଳେ ଚଳିତ ବର୍ଷରୁ ଏହାକୁ ଅନଲାଇନ ମାଧ୍ୟମରେ କରାଯାଉଛି।

ଏହା ସହିତ ରାଜ୍ୟ ବାହାରେ ଥିବା ଓଡ଼ିଆ ସାମ୍ବାଦିକ ମଧ୍ୟ ଆବେଦନ କରିପାରିବେ। ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ସାମ୍ବାଦିକତା ସେବା ନୁହେଁ ଏକ ମିଶନ। ସଚେତନ ସମାଜ ଗଠନ ପାଇଁ ସାମ୍ବାଦିକମାନେ କାର୍ଯ୍ୟ ଜାରି ରଖନ୍ତୁ। ସରକାର ସମସ୍ତ ସହଯୋଗ ଯୋଗାଇଦେବେ।

Comments are closed, but trackbacks and pingbacks are open.