ସାନ ଭାଇ ବାହାଘରରେ ବଡଭାଇର ମୃତ୍ୟୁ

29

ପୁରୀ: ସାନ ଭାଇ ବାହାଘରରେ ପରିବାର ସଦସ୍ୟଙ୍କ ସହ ବଡଭାଇଙ୍କ ମନରେ ଖୁସିର ଲହରୀ । ଏପରିକି ବରଯାତ୍ରୀ ମଧ୍ୟ ବାହାଘରରେ ଯାଇ ଖୁସି ମନାଉଥିଲେ । ହେଲେ ଏହି ସମୟରେ ସମସ୍ତଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ସାନ ଭାଇ ବାହାଘରରେ ବରଯାତ୍ରୀ ହୋଇ ଯାଇଥିବା ବଡଭାଇର ସଡକ ଦୁଘଁଟଣାରେ ଜୀବନ ଯାଇଛି । ଫଳରେ ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳ ସହ ପରିବାର ସଦସ୍ୟମାନେ ଭାଙ୍ଗିପଡିଛନ୍ତି ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ମାର୍କଣ୍ଡେଶ୍ୱର ବରାହୀ ଲେନ୍‌ର କ୍ଷୀରେଶ୍ୱର ମାହାରଣା । ଖବରପାଇଁ ସଦରଥାନା ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବରନେବାରୁ ଜଣାଯାଇଛି ଯେ,ସାନଭାଇର ବାହାଘର ଲାଗି ବରଯାତ୍ରୀନେଇ କ୍ଷୀରେଶ୍ୱର ବ୍ରହ୍ମଗିରିକୁ ଯାଉଥିଲେ ।

ମାତ୍ର ଅଧା ରାସ୍ତାରେ ଭାରସାମ୍ୟ ହରାଇ ଗାଡିକୁ ଏକ ଘରେ ଧକ୍କା ଦେଇଥିଲେ । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେଚିକିତ୍ସା କରୁଥିବା ଡାକ୍ତର ମୃତ ଘୋଷଣା କରିଥିଲେ ।

Comments are closed, but trackbacks and pingbacks are open.