ଇଞ୍ଜିନ୍ ନଥିବା ମାଲଗାଡ଼ି ନେଲା ୬ ଜୀବନ

778

ଯାଜପୁର ରୋଡ ଷ୍ଟେସନରେ ମାଲବାହୀ ଟ୍ରେନରେ କଟି ୪ ମୃତ

  • ସମସ୍ତ ମୃତକ ଶ୍ରମିକ ହୋଇଥିବା ସୂଚନା, ଆଉ ୪ ଗୁରୁତର
  • ବର୍ଷା ପବନ ହେଉଥିବା ଯୋଗୁଁ ସେମାନେ ଟ୍ରେନ ତଳେ ବସିଥିଲେ, ଟ୍ରେନ୍ ଛାଡ଼ିବାରୁ ଅଘଟଣ ଘଟିଛି

ଜୋର ବର୍ଷା ପବନରୁ ରକ୍ଷା ପାଇବାକୁ ୭ ଶ୍ରମିକ ମାଲବାହୀ ଟ୍ରେନ୍‌ ୱାଗନ ତଳେ ପଶି ଯାଇଥିଲେ। ହେଲେ ୱାଗନଗୁଡ଼ିକ ଗଡ଼ି ଯିବାରୁ ଏହା ତଳେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ଜଣ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ନ ୪ଟା ବେଳେ ଯାଜପୁର ରୋଡ ଷ୍ଟେସନରେ ଏହି ଅଘଟଣ ଘଟିଛି।

ସୂଚନା ମୁତାବକ, ୱାଗନଗୁଡ଼ିକ ଦୀର୍ଘ ଦିନ ଧରି ଯାଜପୁର ରୋଡ୍ ଷ୍ଟେଶନର ସେପ୍ଟି ଲାଇନ୍‌ରେ ଅଟକି ରହିଥିଲା। ଏଥିରେ ଇଂଜିନ୍ ଲାଗି ନଥିଲା। ରେଳ ଟ୍ରାକ୍‌ ମରାମତି ନିମନ୍ତେ ମୁତୟନ ଥିବା ଶ୍ରମିକମାନେ ବର୍ଷା ପବନ ଆସିବାରୁ ମାଲବାହୀ ଟ୍ରେନ୍‌ ୱାଗନ ତଳେ ପଶି ଯାଇଥିଲେ। ଏହି ସମୟରେ ଜୋର ପବନ ହେବାରୁ ୱାଗନଗୁଡ଼ିକ କିଛି ବାଟ ଗଡ଼ି ଯାଇଥିଲା। ଏହି ସମୟରେ ଶ୍ରମିକମାନେ ୱାଗନ ତଳୁ ବାହାରିବାକୁ ଚେଷ୍ଟା କରିବା ବେଳେ ଲୁହା ଚକାତଳେ ଚାପି ହୋଇ ଯାଇଥିଲେ।

Comments are closed, but trackbacks and pingbacks are open.