ପଣ୍ଡିତ ରଘୁନାଥ ମୁର୍ମୁ ଏବଂ ଧରଣୀଧର ନାଏକଙ୍କ ଜୟନ୍ତୀ ପାଳିତ

22

ଭୁବନେଶ୍ୱର : ମହାନ ବିପ୍ଲବୀ ଧରଣୀଧର ନାଏକ(ଭୂୟାଁ) ଏବଂ ଅଲଚିକି ଲିପିର ଉଦ୍ଭାବକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
କେନ୍ଦୁଝର ପ୍ରଜାମେଳି ନେତା ବିପ୍ଲବୀ ଧରଣୀଧର ନାଏକ(ଭୂୟାଁ)ଙ୍କ ୧୫୯ତମ ଜୟନ୍ତୀ ପାଳନ ଉପଲକ୍ଷେ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ଜୟଦେବ ବିହାର ସନ୍ନିକଟ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି ।
ସେହିଭଳି ବିଭାଗ ଆନୁକୂଲ୍ୟରେ ଅଲଚିକି ଲିପିର ଉଦ୍ଭାବକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୮ତମ ଜୟନ୍ତୀ ପାଳନ ଉପଲକ୍ଷେ ଆଜି ସକାଳ ସମୟରେ ଭୁବନେଶ୍ୱର ନିଳାଦ୍ରୀ ବିହାର ସୀତାନାଥ ବସ୍ତିସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ମଧ୍ୟ ମାଲ୍ୟାର୍ପଣ ଓ ଦୀପଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି ।
ଏହି ଅବସରରେ ମାନ୍ୟବର ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାଏ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀ ପ୍ରମୁଖ ଏହି ମହାନ ବିପ୍ଲବୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Comments are closed, but trackbacks and pingbacks are open.