କିଟ୍‌ରେ ଜାତୀୟ କୁଇଜ ପ୍ରତିଯୋଗିତା ଉଦ୍‌ଘୋଷ

31

ଭୁବନେଶ୍ୱର,୩ା୪: କିଟ୍ ବିଶ୍ୱବିଦ୍ୟାଳୟର କୁଇଜିଂ ସୋସାଇଟି କ୍ୟୁଟୋପିଆ ପକ୍ଷରୁ ବହୁ ପ୍ରତୀକ୍ଷିତ ଜାତୀୟ ସ୍ତରର କୁଇଜ ପ୍ରତିଯୋଗିତା ଉଦଘୋଷ-୨୦୨୩ ରବିବାର ଅନୁଷ୍ଠିତ ହୋଇଯାଇଛି । ଜି-୨୦ ବ୍ୟାନରରେ ଅନୁଷ୍ଠିତ ଏହି ଜାତୀୟ କୁଇଜ ପ୍ରତିଯୋଗିତାକୁ ସୁନାମଧନ୍ୟ କୁଇଜ ମାଷ୍ଟର ମେଜର୍ ଚନ୍ଦ୍ରକାନ୍ତ ନାୟର ପରିଚାଳନା କରିଥିବା ବେଳେ ଦେଶର ବିଭିନ୍ନ ସ୍କୁଲ, କଲେଜ ସମେତ କର୍ପୋରେଟ୍ ଜଗତର ୫୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ । କଠିନକର ପ୍ରାଥମିକ ପର୍ଯ୍ୟାୟ ପ୍ରତିଯୋଗିତାରେ ୫୦୦ ପ୍ରତିଯୋଗୀଙ୍କ ମଧ୍ୟରୁ ୮ଜଣ ପ୍ରତିଯୋଗୀ ଚୂଡାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ । ଚୂଡାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରତିଯୋଗୀଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିବାବେଳେ ସମସ୍ତ ପ୍ରତିଯୋଗୀମାନେ ଅସାଧାରଣ ଜ୍ଞାନ ଓ କୁଇଜ ଦକ୍ଷତା ପ୍ରଦର୍ଶନ କରିଥିଲେ । ଏହି ପ୍ରତିଯୋଗିତାରେ ରସଗୋଲା ରିଭୋଲ୍ୟୁସନ୍ ଦଳର ସଦସ୍ୟ ଏମ୍‌ଏକ୍ସ ପ୍ଲେୟାରର ଏକ୍ସିକ୍ୟୁଟିଭ ପିୟୁଷ କେଡିଆ ଏବଂ ମାଷ୍ଟର କାର୍ଡ କର୍ମଚାରୀ କାଲ୍‌ଭିନ୍ ପ୍ରଥମ ସ୍ଥାନ ଅଧିକାର କରି ନଗଦ ୭୫ହଜାର ଟଙ୍କା ପୁରସ୍କାର ରାଶି ଓ ସାର୍ଟିଫିକେଟ୍ ଲାଭ କରିଥିଲେ । ସେହିପରି ଅନଏକ୍ସପେକ୍‌ଟେଡ୍ ର୍ଭଚ୍ୟୁ ଅଫ୍ ଇଗ୍‌ନୋରାନ୍‌ସ ଦଳର ସଦସ୍ୟ ସୋଲାର୍ ହାଇ ଟେକ ସଲୁସନ୍‌ସର  ନବୀନ ରଞ୍ଜନ ଏବଂ ଟିସିଏସ୍‌ର ଜୟକାନ୍ତନ୍ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ କାଭେଟ ଆଟେମଟର ଦଳର ସଦସ୍ୟ ବିସିଜେର ଏକଜିକ୍ୟୁଟିଭ ଜୟୋଟେସ ସିଂ ଏବଂ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକସର ଗୋକୁଲ ଏସ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେମାନଙ୍କୁ ଯଥାକ୍ରମେ ୫୦ହଜାର ଟଙ୍କା ଏବଂ ୨୫ହଜାର ଟଙ୍କା  ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହାଛଡା ଚୂଡାନ୍ତ ପର୍ଯ୍ୟାୟର ସମସ୍ତ ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ଶ୍ରେଷ୍ଠ ସ୍କୁଲ ଭାବେ ଡିଏଭି ସ୍କୁଲ, ୟୁନିଟ-୮, ଭୁବନେଶ୍ୱରକୁ ପୁରସ୍କୃତ କରାଯବା ସହ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବରେ  କିଟ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, ଛାତ୍ର ସେବା ଉପନିର୍ଦ୍ଦେଶକ ଡା. ଶ୍ୟାମ ସୁନ୍ଦର ବେଉରା ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । 

Comments are closed, but trackbacks and pingbacks are open.