ଭାରତରେ ବ୍ଲକ ହେଲା ପାକିସ୍ତାନ ସରକାରଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ

23

ଭାରତରେ ବ୍ଲକ ହେଲା ପାକିସ୍ତାନ ସରକାରଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ। ଏନେଇ ଟ୍ୱିଟର ଜାରି କରିଥିବା ବିଜ୍ଞପ୍ତିରୁ ଜଣାପଡିଛି। ତେବେ ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ଭାରତରେ ପାକିସ୍ତାନ ସରକାରଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ୍‌କୁ ବ୍ଲକ୍ କରିଦିଆଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ପାକିସ୍ତାନ ସରକାରଙ୍କ ସମସ୍ତ ଆକାଉଣ୍ଟ୍ ବ୍ଲକ୍ କରିବାକୁ କମ୍ପାନିର ଗାଇଡ୍‌ଲାଇନ୍ ଟ୍ୱିଟରକୁ ବାଧ୍ୟ କରିଛି।

ତେବେ କୌଣସି ବ୍ୟକ୍ତିବିଶେଷ ପାକିସ୍ତାନ ସରକାରଙ୍କ ‘ଟୁଇଟର୍‌’ ଆକାଉଣ୍ଟ୍‌ ‘ଆକ୍‌ସେସ୍‌’ କରିବାକୁ ଉଦ୍ୟମ କଲେ ସେଥିରେ ଦେଖାଯାଉଛି, ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ଭାରତରେ @GovtofPakistan ର ଆକାଉଣ୍ଟ୍‌କୁ ବ୍ଲକ୍‌ କରାଯାଇଛି। ସେପଟେ ଟ୍ୱିଟର ଆକାଉଣ୍ଟ ବ୍ଲକ ହେବା ସଂକ୍ରାନ୍ତରେ ଭାରତ ଏବଂ ପାକିସ୍ତାନର ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

ସୂଚନାଯୋଗ୍ୟ ଯେ, ଏହାକୁ ମିଶାଇ ଗତ ୬ ମାସରେ ଭାରତରେ ପାକିସ୍ତାନ ସରକାରଙ୍କ ଟ୍ୱିଟର୍ ଆକାଉଣ୍ଟ୍‌କୁ ୩ ଥର ବ୍ଲକ୍ କରାଗଲାଣି। ପ୍ରଥମେ ପାକିସ୍ତାନ ସରକାରଙ୍କ ଟ୍ୱିଟର୍‌ ଆକାଉଣ୍ଟ କୁ ୨୦୨୨ ଅକ୍ଟୋବର୍‌ରେ ବ୍ଲକ୍ କରାଯାଇଥିଲା। ସେହିଭଳି ଜୁଲାଇ ମାସରେ ମଧ୍ୟ ପାକିସ୍ତାନ ସରକାରଙ୍କ ଟ୍ୱିଟର୍ ଆକାଉଣ୍ଟ୍ କିଛି ସମୟ ପାଇଁ ବ୍ଲକ୍ ହୋଇଥିଲା, କିନ୍ତୁ ପରେ ସଚଳ କରି ଦିଆଯାଇଥିଲା।

ସେହିଭଳି ଗତବର୍ଷ ଜୁନ୍ ମାସରେ ଟ୍ୱିଟର ଇଣ୍ଡିଆ ମିଳିତ ଜାତିସଂଘ, ତୁର୍କୀ, ଇରାନ୍ ଓ ଇଜିପ୍ଟରେ ଥିବା ପାକିସ୍ତାନ ଦୂତାବାସର ସରକାରୀ ଟ୍ୱିଟର ଆକାଉଣ୍ଟ ବ୍ଲକ କରାଯାଇଥିଲା। ଏଥିସହ ଭାରତ ପାକିସ୍ତାନରେ ଚାଲୁଥିବା ଅନେକ ୟୁଟ୍ୟୁବ ଚ୍ୟାନେଲ ଓ ଫେସବୁକ୍ ଆକାଉଣ୍ଟ ଉପରେ ମଧ୍ୟ ମିଥ୍ୟା ତଥ୍ୟ ପ୍ରସାରଣ ପାଇଁ ପ୍ରତିବନ୍ଧକ ଲଗାଇଥିଲା।

Comments are closed, but trackbacks and pingbacks are open.