ରଥଯାତ୍ରା ପାଇଁ ରଥକାଠ ଚିରଟ କାମ ଆରମ୍ଭ

340

ଆଜି ପବିତ୍ର ରାମ ନବମୀ ହୋଇଥିବାରୁ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ କାମ ଆରମ୍ଭ ହେବ। ଜୁନ୍ ୨୦ ତାରିଖରେ ରଥଯାତ୍ରା ଥିବା ବେଳେ କଟକ ଖପୁରିଆ କରତକଳରେ ରଥ କାଠ ଚିରଟ ହେବ। ଏଥିପାଇଁ ଆଜି ଶ୍ରୀମନ୍ଦିରରୁ ଅଜ୍ଞାମାଳ ଯାଇଛି।

ଶ୍ରୀମନ୍ଦିର ପ୍ରଶାସନର ୫ ଜଣିଆ ପ୍ରତିନିଧି ଦଳ ମାଳ ମାହାର୍ଦ୍ଦ ନେଇ କଟକ ଅଭିମୁଖେ ଯାତ୍ରା କରିଛନ୍ତି।
ଏହି ପ୍ରତିନିଧୀ ଦଳ ମଧ୍ୟରେ ନୀତିପ୍ରଶାସକ ଜିତେନ୍ଦ୍ର ଦାସ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଧାର ରବି ଭୋଇ, ବରିଷ୍ଠ ତତ୍ତ୍ୱାବାଧାର ସୁଦର୍ଶନ ମେକାପ ରହିଛନ୍ତି।

ସୂଚନା ଥାଉକି ଅପ୍ରେଲ ୨୩ ତାରିଖରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପଡ଼ୁଥିବାରୁ ଏହି ଦିନ ରଥ କାର୍ଯ୍ୟ ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶ୍ରୀମନ୍ଦିର ପୁରୋହିତଙ୍କ ଦ୍ୱାରା ରଥକାଠ ପୂଜାବିଧି ସମ୍ପୂର୍ଣ୍ଣ କରାଯାଇଥାଏ। ତିନି ରଥର ମୁଖ୍ୟ ମହାରଣା ରଥକାର୍ଯ୍ୟ ଶୁଭାରମ୍ଭ କରିଥାନ୍ତି।

ଅନ୍ୟପଟେ ଆଜି ଚୈତ୍ର ଶୁକ୍ଲ ତିଥି ପବିତ୍ର ରାମନବମୀ। ଏଥିପାଇଁ ଶ୍ରୀମନ୍ଦିରରେ ରାମ ଜନ୍ମ ନୀତି ପାଳନ ହେବ । ମଧ୍ୟାହ୍ନଧୂପ ପରେ ଏହି ନୀତି ପାଳନ କରାଯିବ। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

Comments are closed, but trackbacks and pingbacks are open.