ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟି-୨୦

26

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଜିତିଲା ଭାରତ । ୨-୧ରେ ନ୍ୟୁଜିଲାଣ୍ଡକୁ ହରାଇ ବିଜୟୀ ହୋଇଛି ଭାରତ । ବୁଧବାର ହାଇଦ୍ରାବାଦ୍ ଠାରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌କୁ ଭାରତୀୟ ଟିମ୍ ଜିତିବା ସହ ସିରିଜ୍ କବ୍‌ଜା କରିଛି । ତେବେ ମ୍ୟାଚ୍ ରେ ଭାରତ ଟସ୍ ଜିତିବା ପରେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ।

ତେବେ ନିର୍ଦ୍ଧାରିତ ୨୦ ଓଭରରେ ଭାରତୀୟ ଦଳ ୪ ୱିକେଟ ହରାଇ ୨୩୪ ରନ୍ କରିଥିଲା । ତେବେ ଶେଷ ଓଭରରେ ବଡ଼ ସ୍କୋର କରିବାରେ ଶୁବମାନ ଓ ହୁଡ଼ା ଫେଲ୍ ହୋଇଥିଲେ । ଏହି ଓଭରରେ ମାତ୍ର ୬ ରନ୍ ହୋଇଥିଲା । ହୁଡ଼ା ଅପରାଜିତ ୨ ରନ୍ କରିଥିଲେ । ଏହି ବିଶାଳ ସ୍କୋରକୁ ସାମ୍ନା କରିବାକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଟିମ୍ ଭାରତୀୟ ବୋଲିଂକୁ ସାମ୍ନା କରିବାକୁ ଫେଲ୍ ମାରିଥିଲା ।

ଫଳରେ ଭାରତ ୧୬୮ ରନ୍‌ର ବୃହତ୍ ବିଜୟ ହାସଲ କରିଥିଲା ଭାରତୀୟ ଦଳ ।

Comments are closed, but trackbacks and pingbacks are open.