ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ

20

ଭୁବନେଶ୍ୱର : ରାଜ୍ୟ ଜଳ ସଂପଦ ବିଭାଗ ତରଫରୁ ଆଜିଠାରୁ ଫେବୃୟାରୀ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି । ଜଳ ପରିଚାଳନା କ୍ଷେତ୍ରରେ ପାଣି ପଞ୍ଚାୟତଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା, ସହଭାଗୀ ଜଳସେଚନ ମାଧ୍ୟମରେ ତୃଣମୂଳସ୍ତରରେ ଜଳର ଉପଲବ୍ଧତାରେ ଗୁଣାତ୍ମକ ମାନ ବୃଦ୍ଧି ଆଦି ପରିପ୍ରେକ୍ଷୀରେ ଏହି ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଛି ।
ଫେବୃୟାରୀ ୧ ତାରିଖରୁ ୮ ଯାଏଁ ସମସ୍ତ ଜିଲ୍ଲା ଏବଂ ଫେବୃୟାରୀ ୧୫ରେ ରାଜ୍ୟସ୍ତରରେ ଏହିପରି ୩ଟି ସ୍ତରରେ ଏହା ପାଳନ କରାଯିବ I ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟର ୧୧୭ଟି ପାଣି ପଂଚାୟତ ଡିଭିଜନ ସ୍ତରରେ ପାଣି ପଂଚାୟତ ପକ୍ଷ ପାଳନର ଶୁଭାରମ୍ଭ ହୋଇଛି । ପାଣି ପଂଚାୟତର ଭୂମିକା ସଂପର୍କରେ ବାର୍ତ୍ତା ନେଇ ପରିକ୍ରମା କରୁଥିବା ସଚେତନତା ରଥ ସବୁ ବିଭିନ୍ନ ଡିଭିଜନରେ ସ୍ଥାନୀୟ ମାନ୍ୟବର ମନ୍ତ୍ରୀମାନେ ମାନ୍ୟବର ବିଧାୟକ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେହିପରି ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳମାନେ ମଧ୍ୟ ପତାକା ଦେଖାଇ ରଥ ଯାତ୍ରାର ଶୁଭାରମ୍ଭ କରିଥିଲେ ।
କଟକରେ ମାନ୍ୟବର ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପତାକା ଦେଖାଇ ପାଣି ପଂଚାୟତ ରଥର ଶୁଭାରମ୍ଭ କରିଥିବା ବେଳେ , ରାୟଗଡା ଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଏବଂ ଅନୁଗୋଳଠାରେ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ ରଥର ଶୁଭାରମ୍ଭ କରିଥିଲେ । ଏହା ବ୍ୟତୀତ ମାନ୍ୟବର ବିଧାୟକ ଭଦ୍ରକ, ବିଧାୟକ ବରବଡ, ବିଧାୟକ ତଳସରା, ବିଧାୟକ,ଚିତ୍ରକୋଣ୍ଡା,ବିଧାୟକ ପାଲଲହଡା, ବିଧାୟକ, ଦଶପଲ୍ଲା, ବିଧାୟକ, ଚମ୍ପୁଆ, ବିଧାୟକ, ଘସିପୁରା, ବିଧାୟକ, ଡାବୁଗାଁ,ବିଧାୟକ,ଉମରକୋଟ ପ୍ରମୁଖ ନିଜ ନିଜ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ପାଣି ପଂଚାୟତ ଡିଭିଜନରେ ପତାକା ଦେଖାଇ ପାଣି ପଂଚାୟତ ପାଳନ ପକ୍ଷ କାର୍ଯ୍ୟକ୍ରମ ଓ ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ । ସେହିପରି ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳମାନେ ମଧ୍ୟ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଏହି ପରିପ୍ରେକ୍ଷୀରେ ବିଭିନ୍ନ ଡିଭିଜନ ସ୍ତରରେ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଲିଖନ, ପେଣ୍ଟିଂ ଓ କୁଇଜ୍ ଆଦି ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା । ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ବିଭିନ୍ସ ସ୍ତରରେ ପ୍ରଦର୍ଶନୀ ଓ ପାଣି ପଂଚାୟତ ସମାବେଶମାନ ଆୟୋଜନ କରାଯାଇଛି । ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ମାଧ୍ୟମରେ ଜଳର ଉପଯୁକ୍ତ ବିନିଯୋଗ ନେଇ ସାମାଜିକ-ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ସଂପର୍କରେ ସଚେତନତା ସଭା ଓ ପାଣି ପଂଚାୟତ ରଥ ପରିକ୍ରମା କରୁଛି । ଏହି ପରିପ୍ରେକ୍ଷୀରେ ବ୍ୟାନର , ପାଣି ପଂଚାୟତ ପକ୍ଷ ପାଳନ ଲୋଗୋ, ସ୍ଲୋଗାନ, ସଂଗୀତ, ଶପଥ ପାଠ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସେହିପରି ବିଭିନ୍ନ ଜିଲ୍ଲା ପାଇଁ ଜଳ ପ୍ରଭାରୀ ଭାବେ ନିୟୋଜିତ ଜଳ ସଂପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ସବୁ କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି ।

Comments are closed, but trackbacks and pingbacks are open.