ଟଙ୍କା ବଣ୍ଟାକୁ ନେଇ ରାଜନୀତି ସରଗରମ

20

ସରଗରମ ହେଉଛି କର୍ଣ୍ଣାଟକ ରାଜନୀତି । ବିଜେପି ୬ହଜାର ଭୋଟରଙ୍କୁ ଦେବାକୁ ନେଇ ବିବାଦ । ବିଜେପି ବିରୋଧରେ କଂଗ୍ରେସ କଲା ଅଭିଯୋଗ । ଚଳିତ ବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଶାସକ ଭାଜପା ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ରାଜନୈତିକ ଛକାପଞ୍ଝା ଜାରି ରହିଛି । ସଦ୍ୟତମ ମାମଲାରେ କଂଗ୍ରେସ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଏବଂ ବିଧାୟକ ରମେଶ ଜାରକିହୋଲିଙ୍କ ବିରୋଧରେ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛି। ଭାଜପା ନେତାମାନେ ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ଲାଞ୍ଚ ପ୍ରଦାନ କରୁଥିବା ଅଭିଯୋଗ କଂଗ୍ରେସ କରିଛି।

କଂଗ୍ରେସ ପକ୍ଷରୁ ରାଜ୍ୟ ଅଧ୍ୟକ୍ଷ ଡି.କେ ଶିବକୁମାର, ବିରୋଧୀ ଦଳର ନେତା ସିଦ୍ଧରମୈୟା ଅଭିଯୋଗ ପତ୍ରରେ ଦସ୍ତଖତ କରି ଏ ସମ୍ପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି।ଭାଜପା ନେତା ରମେଶ ଜାରକିହୋଲି ନିକଟରେ ବେଲଗାଭିରେ ଏକ ସାଧାରଣ ସଭାରେ କହିଥିଲେ ଯେ ଯଦି କଂଗ୍ରେସ ବିଧାୟକମାନେ ୩ ହଜାର ଟଙ୍କା ମୂଲ୍ୟର ଉପହାର ଏବଂ ନଗଦ ଦେବେ, ତେବେ ମୁଁ ଭୋଟରଙ୍କୁ ୬ ହଜାର ଟଙ୍କା ମୂଲ୍ୟର ଉପହାର ଦେବି। ତେବେ ଭାଜପା ରମେଶଙ୍କ ବିବୃତ୍ତିରୁ ନିଜକୁ ଦୂରେଇ ରଖିଛି ଏବଂ ଏହାକୁ ତାଙ୍କର ବ୍ୟକ୍ତିଗତ ବିବୃତ୍ତି ବୋଲି କହିଛି। ରମେଶ ଗୋକକ ବିଧାନସଭାର ଜଣେ ବିଧାୟକ ଥିଲେ କିନ୍ତୁ ଏକ ଅଶ୍ଳୀଳ ଭିଡିଓ ମାମଲାରେ ତାଙ୍କ ନାମ ପ୍ରକାଶ ପାଇବା ପରେ ୨୦୨୧ ମସିହାରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା।

କଂଗ୍ରେସ ଅଭିଯୋଗ କରିଛି ଯେ ଭାଜପା ଗଣତନ୍ତ୍ରକୁ ଅପହରଣ କରିବାର ପ୍ରୟାସ କରୁଛି। ଆଇପିସିର ଧାରା ୧୭୧-ବି, ୧୦୭,୧୨୦-ବି, ୫୦୬ ଅନୁଯାୟୀ ଏହା ଏକ ଅପରାଧ। କର୍ନାଟକରେ ୫ କୋଟି ଭୋଟର ଅଛନ୍ତି ଏବଂ ଭାଜପା ୩୦ ହଜାର କୋଟି ଟଙ୍କା ବଣ୍ଟନ କରି ବିଧାନସଭା ନିର୍ବାଚନରେ ଜିତିବା ପାଇଁ ଏକ ବଡ ଷଡଯନ୍ତ୍ର କରୁଛି। କଂଗ୍ରେସ ଆଇଟି ବିଭାଗ ଏବଂ ଇଡିକୁ ଏହାର ତଦନ୍ତ କରିବାକୁ ଦାବି କରିଛି।

Comments are closed, but trackbacks and pingbacks are open.