ସ୍ବଦେଶୀ ଅପରେଟିଂ ସିଷ୍ଟମ୍ ‘BharOS’

19

ଆଇଆଇଟି ମାଡ୍ରାସ୍‌ ଏହାକୁ ବିକାଶ କରିଛି। ଦେଶର ନିଜସ୍ବ ମୋବାଇଲ୍ ଅପରେଟିଂ ସିଷ୍ଟମ୍ ‘BharOS’କୁ ମଙ୍ଗଳବାର କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିଛନ୍ତି। ଆଇଆଇଟି ମାଡ୍ରାସ୍‌ରେ ଏହାକୁ ବିକାଶ କରାଯାଇଛି। ଏହା ଗୁଗୁଲ୍‌ର ଆଣ୍ଡ୍ରଏଡ୍‌ ଓ ଆପଲ୍‌ର ଆଇଓଏସ୍‌ର ପ୍ରତିଦ୍ବନ୍ଦ୍ବୀ ଭାବେ ଏହା ଉଭା ହେବ। ଅପରେଟିଂ ସିଷ୍ଟମ୍ ହେଉଛି ଏକ ସଫ୍ଟଓୟାର।

କୌଣସି ସ୍ମାର୍ଟଫୋନ୍ କାମ କରିବା ଲାଗି ସେଥିରେ ଅପରେଟିଂ ସି‌ଷ୍ଟମ୍ ରହିବା ଜରୁରୀ। ବର୍ତ୍ତମାନ ଭାରତରେ ଥିବା ଅଧିକାଂଶ ଫୋନ୍‌ରେ ଗୁଗୁଲ୍‌ର ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍ ରହିଛି। ଯେଉଁମାନେ ଆପଲ୍‌ ଆଇଫୋନ୍‌ ବ୍ୟବହାର କରୁଛନ୍ତି, ସେଥିରେ ଆଇଓଏସ୍‌ ରହିଛି। ତେବେ ଭାରତର ନିଜସ୍ବ ଅପରେଟିଂ ସି‌ଷ୍ଟମ୍ ‘BharOS’ରେ ଗୋପନୀୟତା ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ‘BharOS’କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ସରକାରୀ ଏବଂ ପରେ ସାର୍ବଜନୀନ କାର୍ଯ୍ୟରେ ବ୍ୟବହାର କରାଯିବ।ଏହି ଆପ୍ ସମ୍ପର୍କରେ ଆଇଆଇଟି ମାଡ୍ରାସର ନିର୍ଦେଶକ ପ୍ରଫେସର ଭି କେ କାମକୋଟି କହିଛନ୍ତି ଯେ, ବିଶ୍ବାସର ପୃଷ୍ଠଭୂମିରେ ଏହି ମୋବାଇଲ୍ ଆପ୍‌କୁ ବିକାଶ କରାଯାଇଛି।

ଏହା ଜରିଆରେ ସ୍ମାର୍ଟଫୋନ୍ ଗ୍ରାହକମାନେ ଅଧିକ ସ୍ବାଧୀନତା, ନିୟନ୍ତ୍ରଣ ଓ ନମନିୟତା ପାଇବେ। ସେମାନେ କେବଳ ନିଜ ପସନ୍ଦର ଆପ୍ ଏହା ଜରିଆରେ ବ୍ୟବହାର କରିପାରିବେ।ଏହା ଆପ ବିଦେଶୀ ଅପରେଟିଂ ସିଷ୍ଟମ୍‌ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବ। ଆଇଆଇଟି ମାଡ୍ରାସ୍‌ରେ ଇନ୍‌କୁବେସନରେ ଥିବା ସଂସ୍ଥା ଜାଣ୍ଡ୍‌କେ ଅପରେସନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଭାର୍‌ଓଏସ୍‌ର ବିକାଶ କରାଯାଇଛି। ଏଥିପାଇଁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପାଣ୍ଠି ଯୋଗାଇଛନ୍ତି।

Comments are closed, but trackbacks and pingbacks are open.