ବମ୍ ବିସ୍ଫୋରଣ ସହିଛି ଏହି ବ୍ରିଜ

34

ଦୁନିଆର ଏକ ମାତ୍ର ବ୍ରିଜ ଯାହାର ଉଦଘାଟନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ । କାରଣ ଯେଉଁ ସମୟରେ ଏହି ବ୍ରିଜ୍ ତିଆରି ହୋଇଥିଲା ସେହିସମୟରେ ଚାଲିଥିଲା ଦ୍ବିତୀୟ ବିଶ୍ଵ ଯୁଦ୍ଧ । ତେଣୁ ନିଷ୍ପତ୍ତି ନିଆଯାଇଥିଲା ଯେ ଏହାର ଉଦଘାଟନ ସମୟରେ କୌଣସି ଉତ୍ସବ କିମ୍ବା ଧୁମ୍ ଧାମ୍ ହେବନାହିଁ । ଏହି ଏୈତିହାସିକ ବ୍ରିଜ୍ କେବଳ ଦ୍ଵିତୀୟ ବିଶ୍ଵ ଯୁଦ୍ଧର ବମ୍ ବିସ୍ଫୋରଣ ସହି ନାହିଁ ବରଂ ସ୍ଵାଧୀନତା ଆନ୍ଦୋଳନ ଏବଂ ବଙ୍ଗଳାର ଭାୟା ଭୟ ଅକାଳକୁ ମଧ୍ୟ ଦେଖିଛି । କୋଲକାତା ଏବଂ ହାଓଡାକୁ ଯୋଡ଼ିଥିବା ଏହି ବ୍ରିଜ୍ ତିଆରି ହେବାପରେ ଏହାର ନାମ ନ୍ୟୁ ହା ଓଡା ବ୍ରିଜ୍ ରଖାଯାଇଥିଲା ।

କଲିକତାର ହାଓଡ଼ା ବ୍ରିଜ ସାରା ଦୁନିଆରେ ଖୁବ ପ୍ରସିଦ୍ଧ ଲାଭ କରିଛି । ଏହି ବ୍ରିଜ ଦୂରରୁ ଦେଖିବା ପାଇଁ ବହୁତ ସୁନ୍ଦର ଲାଗିଥାଏ । କିନ୍ତୁ ପାଖକୁ ଗଲେ ବହୁତ ଡର ଲାଗିଥାଏ କାହିଁକି ନା ଏହି ବ୍ରିଜରେ ପାଦ ଦେଲେ ଯେମିତି ଲାଗେ ଗୋଡ ତଳକୁ ଖସିଯିବ ବୋଲି । 14 ଜୁନ 1965 ମସିହାରେ ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ନାମରେ ରବିନ୍ଦ୍ର ସେତୁ କରାଯାଇଥିଲା । କିନ୍ତୁ ଆଜିବି ଲୋକ ଏହାକୁ ହାଓଡ଼ା ବ୍ରିଜ ବୋଲି ଜାଣନ୍ତି । ହାଓଡ଼ା ବ୍ରିଜର ଲମ୍ବା 1528 ଫୁଟ୍ ଏବଂ ଚାଉଡା 62 ଫୁଟ୍ ଏହାକୁ ତିଆରି କରିବାରେ ଦେଢ଼କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

ଏହି ବ୍ରିଜ୍ କୁ ତିଆରି କରିବାରେ 2065 ଟନ ଷ୍ଟିଲ୍ ବ୍ୟବହାର କରାଯାଇଥିଲା । ଯେଉଁଥିରୁ 2035 ଟନ ଷ୍ଟିଲ୍ ର ସପ୍ଲାଏ ଟାଟା ଷ୍ଟିଲ୍ କରିଥିଲା ସେହି ସମୟରେ ଏହି ବ୍ରିଜ୍ ବିଶ୍ୱର ତୃତୀୟ ସବୁଠାରୁ ଲମ୍ବା ବ୍ରିଜ୍ ଥିଲା । ଏହି ଏୈତିହାସିକ ବ୍ରିଜ୍ କେବଳ ଦେଶ ବିଦେଶର ପର୍ଯ୍ୟଟକଙ୍କର ପସନ୍ଦ ନୁହଁ ବରଂ ବଡ଼ ବଡ଼ ପ୍ରସିଦ୍ଧ ନିର୍ମାତା ନିର୍ଦ୍ଦେଶଙ୍କର ମଧ୍ୟ ପ୍ରଥମ ପସନ୍ଦ। ସେଥିପାଇଁ ଅନେକ ଫିଲ୍ମରେ ଏହି ଏୈତିହାସିକ ହାଓଡ଼ା ବ୍ରିଜ୍ କୁ ଦେଖାଯାଇଛି ।

Comments are closed, but trackbacks and pingbacks are open.