ଚାଲିଛି ଧର୍ମମାସ କାର୍ତ୍ତିକ ; ଧବଳେଶ୍ବରରେ ଲାଗିଛି ଭିଡ଼

3,716

ଆଠଗଡ : ଚାଲିଛି ଧର୍ମମାସ କାର୍ତ୍ତିକ  । ଆଜି ହେଉଛି କାର୍ତ୍ତିକ ମାସର ଦ୍ବିତୀୟ ସୋମବାର। ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ  ।  ସକାଳୁ ସକାଳୁ କଟକ ଜିଲ୍ଲା ଆଠଗଡର  ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି  । କାର୍ତ୍ତିକ ମାସ ସୋମବାରରେ  ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।  ସେଥିପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଆସି ବାବା ଧବଳେଶ୍ବର ଙ୍କୁ ଦର୍ଶନ କରୁଛନ୍ତି।

ରାତି ୪ଟାରୁ ବାବାଙ୍କର  ପହଡ ଖୋଲାଯାଇଥିଲା । ପରେ ୧୦୮  ଗରା ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ , ମଇଲମ, ବାଳଭୋଗ ଆଦି କରାଯାଇଥିଲା। ନୂଆ କଂକ୍ରିଟ ସେତୁ ଦେଇ ଶ୍ରଦ୍ଧାଳୁ ମାନେ ପୀଠକୁ  ଯାଇ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି। ଭିଡକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସେପଟେ ମହାକାର୍ତିକ ବ୍ରତର ନବମ ଦିନରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତିକ ମାସର ସ୍ୱତନ୍ତ୍ର ନୀତି ଓ ବେଶ ଅନୁଷ୍ଠିତ ହେଉଛି । କାର୍ତିକ ସୋମବାର ହୋଇଥିବାରୁ ମଙ୍ଗଳ ଆଳତି ଦର୍ଶନ ପାଇଁ ପ୍ରବଳ ଭକ୍ତ ଓ ହବିଷ୍ୟାଳିଙ୍କ ସମାଗମ ହୋଇଛି ।

Comments are closed, but trackbacks and pingbacks are open.