ପୂର୍ବତନ ମନ୍ତ୍ରୀ ଜାକିର ହୁସେନଙ୍କ ଘରେ ଭିଜଲାନ୍ସ ଚଢାଉ

33

ଭିଜଲାନ୍ସ ଜାଲରେ ଟିଏମସି ବିଧାୟକ । ଆଜି ଭୋରୁ ଟିଏମସି ବିଧାୟକ ତଥା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଜାକିର ହୁସେନଙ୍କ ଘରେ ଚଢାଉ କରି ନଗଦ ୧୧ କୋଟି ଟଙ୍କା ଜବତ କରିଛି ଆୟକର ବିଭାଗ ।

ସୂଚନା ଅନୁସାରେ, ଆୟକର ବିଭାଗର ଟିମ୍ ଜାକିର ହୁସେନଙ୍କ ଘରେ ଗୁରୁବାର ସକାଳ ୩.୩୦ରୁ ରେଡ୍ ଆରମ୍ଭ କରିଥିଲା । ଆୟକର ବିଭାଗର ଟିମ ଜାକିର ହୁସେନଙ୍କ ଘର ସହ ତାଙ୍କ ବିଡି ଫ୍ୟାକ୍ଟ୍ରି ଏବଂ ତେଲ ମିଲ୍ ଉପରେ ମଧ୍ୟ ଚଢଉ କରିଛି ।

ବିଧାୟକ ହୁସେନଙ୍କ ଘରୁ ୧ କୋଟି ଟଙ୍କା ନଗଦ ଜବତ କରାଯାଇଛି । ଏହାସହ ଚାଉଳ ଏବଂ ଅଟା ମିଲରୁ ୧୦ କୋଟି ଟଙ୍କା ଜବତ କରାଯାଇଛି । ହୁସେନଙ୍କ ବିଡି କାରଖାନା ପରିଚଳନା କରୁଛନ୍ତି ଏବଂ ଅନେକ ସଂସ୍ଥାର ମାଲିକ ଅଛନ୍ତି ।

ଜାକିର ହୁସେନ ମୁର୍ଶିଦାବାର ଜଞ୍ଜୀପୁର ବିଧାନସଭା ଆସନରୁ ବିଧାୟକ ଅଛନ୍ତି । ସେ ମମତା ବାନାର୍ଜୀ ସରକାରରେ ଶ୍ରମ ମନ୍ତ୍ରୀ ରହିଥିଲେ । ତେବେ ଟିଏମସି ବିଧାୟକ ଦାବି ଯେ ଶ୍ରମିକଙ୍କୁ ପାରିଶ୍ରମିକ ଦେବା ପାଇଁ ଏହି ଟଙ୍କା ରଖାଯାଇଥିଲା । ଏହି ଟଙ୍କାର ସମସ୍ତ ଦସ୍ତାବିଜ ତାଙ୍କ ପାଖରେ ଥିବା ସେ ଦାବି କରିଛନ୍ତି ।

Comments are closed, but trackbacks and pingbacks are open.