ଶ୍ରୀଲଙ୍କା କୁ ପଛରେ ପକାଇଲା ଭାରତ

30

ଗୌହାଟୀ ଦିନିକିଆରେ ଭାରତର ଦମଦାର ବିଜୟ । ଶ୍ରୀଲଙ୍କାକୁ ୭୬ରନରେ ହରାଇଲା ଭାରତ । ସ୍କୋର ଭାରତ ୩୭୩/୭ ଏବଂ ଶ୍ରୀଲଙ୍କା ୩୦୬/୮ ହୋଇଥିବା ସୂଚନା ମିଳିଛି । ଗୌହାଟିରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୬୭ ରନରେ ହରାଇ ଦେଇଛି ଭାରତ । ଭାରତ ଦ୍ୱାରା ରକ୍ଷା ଯାଇଥିବା ୩୭୪ ରନର ବିଶାଳ ଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ଦଳ ୮ ୱିକେଟରେ ୩୦୬ରନ କରିପାରିଥିଲା । ଦାସୁନ ସନକାଙ୍କ ଲଢୁଆ ଶତକ ଫଳରେ ଶ୍ରୀଲଙ୍କା ଭାରତକୁ ଦୃଢ ଜବାବ ଦେଇଥିଲା । ସନକା ୧୦୮ ରନ କରି ଅପରାଜିତ ରହିଥିଲେ ।

ତେବେ ମହମ୍ମଦ ସମି, ଯଜବେନ୍ଦ୍ର ଚହଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ୨୦୨୩ର ପ୍ରଥମ ଦିନିକିଆରେ କମାଲ ଦେଖାଇଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ । ଗତକାଲି ବିରାଟ କୋହଲିଙ୍କ ବ୍ୟାଟରୁ ରନ ବର୍ଷା ହୋଇଥିଲା । ବିରାଟଙ୍କ ଦମଦାର ଶତକ ବଳରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିଆରେ ଭାରତ ୭ ୱିକେଟ ହରାଇ ୩୭୩ ରନ କରିଥିଲେ । ଫଳରେ ଏହି ମ୍ୟାଚ୍‌କୁ ଜିତିବା ପାଇଁ ଶ୍ରୀଲଙ୍କାକୁ ୩୭୪ ରନର ଟାର୍ଗେଟ ମିଳିଥିଲା ।

ଗୌହାଟି ଦିନିକିଆରେ ଶତକ ଲଗାଇଛନ୍ତି ବିରାଟ କୋହିଲି । ଭାରତ ୩୦ ରନ ଭିତରେ ଦୁଇଟି ୱିକେଟ ହରାଇଥିଲେ ମଧ୍ୟ ରନ ସଂଗ୍ରହ ହାରରେ ବ୍ରେକ ଲାଗି ନଥିଲା ।

Comments are closed, but trackbacks and pingbacks are open.