ମହଙ୍ଗା ମାଡ଼ରେ ଲୋକମାନେ ଆଉଟ ପାଉଟ

27

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ମହଙ୍ଗା ମାଡ଼ରେ ଲୋକମାନେ ଆଉଟ ପାଉଟ ହେଉଛନ୍ତି । ଦୈନନ୍ଦିନ ବ୍ୟବହାର ହେଉଥିବା ଜିନିଷର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । ଦର ବୃଦ୍ଧି ଯୋଗୁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୨୦୨୨ରେ ପାକିସ୍ତାନ ଭୟଙ୍କର ବନ୍ୟାର ସମ୍ମୁଖୀନ ହୋଇଥିଲା । ଏହି ପ୍ରାକୃତିକ ବିପର୍ଯ୍ୟୟରୁ ଦେଶ ମୁକୁଳିବାକୁ ଚେଷ୍ଟା କରୁଥିବା ବେଳେ ଏବେ ବର୍ଦ୍ଧିତ ମୁଦ୍ରାସ୍ଫୀତି ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି ।

ପାକିସ୍ତାନରେ ପିଆଜର କେଜି ପିଛା ଦାମ ୫୦୧% ବଢ଼ିଛି । ହେଲେ ୨୦୨୩ ଜାନୁଆରୀ ୬ ବେଳକୁ ଏହାର ଦାମ ୨୨୦.୪ ଟଙ୍କା ହୋଇଯାଇଛି । ଅର୍ଥାତ ବର୍ଷକ ମଧ୍ୟରେ ପିଆଜର ଦାମ ୫୦୧.୨% ମହଙ୍ଗା ହୋଇଛି ।ମୋଟ ଉପରେ ପାକିସ୍ତାନର ମୁଦ୍ରାସ୍ଫୀତି ବର୍ଷକ ଭିତରେ ୨ ଗୁଣା ବଢ଼ିଛି । ଏହା ୨୪.୫%ରେ ପହଞ୍ଚିଥିବା ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ ସୂଚନା ଦେଇଛି । ଖାଦ୍ୟ ସାମଗ୍ରୀଗୁଡ଼ିକର ମୂଲ୍ୟ ବଢ଼ୁଥିବାରୁ ଏହାର ପ୍ରଭାବରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି ।

ପାକିସ୍ତାନ ସ୍ଥିତି ସୁଧାରିବାକୁ ଆମଦାନୀ ଉପରେ ଗୁରୁତ୍ୱ ଦେଉଛି । କିନ୍ତୁ ଦେଶର ବିଦେଶୀ ମୁଦ୍ରାପାଣ୍ଠି ମଧ୍ୟ ଶେଷ ହେବାକୁ ବସିଲାଣି । ୨୦୨୨ରେ ଶ୍ରୀଲଙ୍କାର ଯେଉଁଭଳି ଆର୍ôଥକ ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଥିଲା, ଏବେ ପାକିସ୍ତାନ ସେହି ଦିଗରେ ଯାଉଛି ।

Comments are closed, but trackbacks and pingbacks are open.