ରାହୁଲଙ୍କୁ ଟାର୍ଗେଟ ଶାହାଙ୍କୁ ପଡିଲା ଭାରି !

29

ଆକ୍ସନ ମୋଡରେ ଖଡଗେ । ରାହୁଲଙ୍କୁ ଟାର୍ଗେଟ ଶାହାଙ୍କୁ ପଡିଲା ଭାରି ! ଖଡଗେଙ୍କ ପ୍ରଶ୍ନ ବାଣରେ ଘାଇଲା ଶାହା !
ଥମୁନି ରାଜନୈତିକ ତାତି । ନିର୍ବାଚନ ଯେତେ ପାଖଉଛି ସେତେ ବଢୁଛି ଉଷ୍ମତା । ଦିନକୁ ଦିନ ସରଗରମ ହେଉଛି ରାଜନିତୀ । ଥମୁନି ଆରୋପ ପ୍ରତ୍ୟାରୋପର ରାଜନିତୀ । ରାମ ମନ୍ଦିରକୁ ନେଇ ବୟାନ ବିଜେପିର ଧର୍ମକୁ ନେଇ ରାଜନିତୀକୁ ସ୍ପଷ୍ଟ କରୁଥିବାର ରାଜନୈତିକ ମାହଲରେ ଚର୍ଚ୍ଚ ହେଉଛି । ଶାହାଙ୍କର ରାହୁଲ ଟାର୍ଗେଟ ବିଜେପିକୁ ପଡିଲା ଭାରି । ଅଯୋଧ୍ୟା ରାମ ମନ୍ଦିର ଉଦ୍‌ଘାଟନ ତାରିଖ ଘୋଷଣା କରିଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସମାଲୋଚନା କରିବା ସହିତ ଏ ପ୍ରସଙ୍ଗରେ ଶାହଙ୍କ ସାମର୍ଥ୍ୟ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ।
ଶୁକ୍ରବାର ଦିନ ହରିୟାଣାର ପାନିପଥରେ ‘ଭାରତ ଯୋଡ଼ୋ ଯାତ୍ରା’ ପହଞ୍ଚିବା ଅବସରରେ ଆୟୋଜିତ ରାଲିରେ ରାହୁଲ୍ ଗାନ୍ଧୀଙ୍କ ସହିତ ଉଦ୍‌ବୋଧନ ଦେଇ ଖଡ଼ଗେ କହିଲେ, ଦେଶର ନିରାପତ୍ତାକୁ ସୁନିଶ୍ଚିତ କରିବା ପରିବର୍ତ୍ତେ ଅମିତ ଶାହ ମନ୍ଦିର ପ୍ରସଙ୍ଗରେ କହୁଛନ୍ତି । ସେ କହିଲେ, ତ୍ରିପୁରାରେ ନିର୍ବାଚନ ଅଛି । ସେଠାକୁ ଯାଇ ଅମିତ ଶାହ କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ଚାଲିଛି । ୨୦୨୪ ଜାନୁଆରି ୧ ତାରିଖ ଦିନ ତାହାକୁ ଉଦ୍‌ଘାଟନ କରାଯିବ । ଈଶ୍ୱରଙ୍କ ଉପରେ ସମସ୍ତଙ୍କର ବିଶ୍ୱାସ ଅଛି, କିନ୍ତୁ ନିର୍ବାଚନ ସମୟରେ ଆପଣ କାହିଁକି ଏ କଥା ଘୋଷଣା କରୁଛନ୍ତି? ସେ ଆହୁରି ମଧ୍ୟ କହିଲେ, ଆପଣ କ’ଣ ରାମ ମନ୍ଦିରର ମହନ୍ତ? ଏ କଥା ମହନ୍ତ ଓ ସାଧୁସନ୍ଥମାନେ କୁହନ୍ତୁ । ମନ୍ଦିର ଉଦ୍‌ଘାଟନ ହେବା କଥା କହିବାକୁ ଆପଣ କିଏ? ଆପଣ ଜଣେ ରାଜନେତା ।

ଆପଣଙ୍କ କର୍ତ୍ତବ୍ୟ ହେଲା, ଦେଶକୁ ସୁରକ୍ଷିତ ରଖିବା, ଆଇନଶୃଙ୍ଖଳା ବଜାୟ ରଖିବା, ଜନତାଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇବା, କୃଷକମାନଙ୍କ ପାଇଁ ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ କରିବା । ‘ଭାରତ ଯୋଡ଼ୋ ଯାତ୍ରା’ର ନେତୃତ୍ୱ ନେଉଥିବା ରାହୁଲ୍ ଗାନ୍ଧୀଙ୍କୁ ସମାଲୋଚନା କରି ଅମିତ ଶାହ କହିଥିଲେ, ରାହୁଲ୍ ବାବା, ସାବ୍‌ରୂମ୍‌ରୁ (ତ୍ରିପୁରା) ଶୁଣନ୍ତୁ ଯେ, ୨୦୨୪ ଜାନୁଆରି ପହିଲାରେ ବିଶାଳକାୟ ରାମ ମନ୍ଦିର ପ୍ରସ୍ତୁତ ହୋଇଯିବ । ତେବେ କଂଗ୍ରେସ ବିଜେପିର ଆରୋପ ପ୍ରତ୍ୟାରୋପ ରାଜନିତୀ ଥମିବାର ନା ନଉନି । ୨୪ ପାଇଁ ସମସ୍ତେ ଆରମ୍ଭ କରିଛନ୍ତି ନିଜ ନିଜର ରଣନିତୀ । ତେବେ ଆଗାମୀ ସମୟରେ କିଏ କରୁଛି ବାଜିମାର ଏବଂ କାମ ଦେଉଛି କାହା ରଣନିତୀ ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.